www.samajalive.in
Saturday, December 13, 2025
23.1 C
Bhubaneswar

୬ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ କୃଷକ ସଂଗଠନର ଚିଠି

ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ଦାବି ପୂରଣ ପରେ କୃଷକ ସଂଗଠନଗୁଡିକ ସରକାରଙ୍କ ନିକଟରେ ଆଉ କେତେକ ନୂଆ ଦାବି ଉପସ୍ଥାପନ କରିଛନ୍ତି। ରବିବାର ଆନ୍ଦୋଳନକାରୀ କୃଷକ ସଂଗଠନଗୁଡିକ ପକ୍ଷରୁ ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସକେଏମ୍‌) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ୬ଟି ଦାବି ଉପସ୍ଥାପନ ପୂର୍ବକ ଚିଠି ଲେଖିଛି। ଦାବିଗୁଡିକ ହେଲା ୧- କୃଷି ଉତ୍ପାଦନର ଖର୍ଚ୍ଚ ଆଧାରରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ଧାର୍ଯ୍ୟ କରିବା। ଅର୍ଥାତ୍‌ ଫସଲ ଉତ୍ପାଦନ ଖର୍ଚ୍ଚର ଦୁଇଗୁଣ ଅର୍ଥ ସହିତ ଅତିରିକ୍ତ ୫୦% ଆଧାରରେ ଏମଏସପି ଧାର୍ଯ୍ୟ କରିବା। ୨- ପ୍ରସ୍ତାବିତ ଚିଠା ବିଦ୍ୟୁତ୍ ସଂଶୋଧନ ବିଧେୟକ ୨୦୨୦/୨୦୨୧କୁ ପ୍ରତ୍ୟାହାର। ୩- ଜାତୀୟ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ବାୟୁ ମାନ ପରିଚାଳନା ଲାଗି ଗଠିତ କମିସନ ଆଇନ ୨୦୨୧ରେ ନଡା, କୁଟା ପୋଡୁଥିବା ଚାଷୀଙ୍କ ଉପରେ ଦଣ୍ଡବିଧାନ ପାଇଁ ରହିଥିବା ବ୍ୟବସ୍ଥାକୁ ଉଚ୍ଛେଦ କରିବା। ୪- କୃଷି ଆଇନ ବିରୋଧୀ ଆନ୍ଦୋଳନ ସମୟରେ କୃଷକଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଫୌଜଦାରୀ ମାମଲାକୁ ପ୍ରତ୍ୟାହାର କରିବା। ୫- ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର ଓ ଗିରଫ କରିବା। ୬- ସିଙ୍ଘୁ ସୀମାରେ ଆନ୍ଦୋଳନ ସମୟରେ ସହିଦ ହୋଇଥିବା ୭୦୦ କୃଷକଙ୍କ ପାଇଁ ସ୍ମାରକୀ ନିର୍ମାଣ ପାଇଁ ଜମି ଯୋଗାଇ ଦେବା ଓ ସହିଦଙ୍କ ପରିବାର ଲାଗି କ୍ଷତିପୂରଣ ଘୋଷଣା କରିବା।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories