www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅବଧି ବୃଦ୍ଧି ପାଇଁ ମୋଦୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବୃଦ୍ଧି ପାଇଁ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଭେମ୍ବରରେ ଶେଷ ହେଉଥିବା ପିଏମଜିକେଏୱାଇକୁ ଆଉ ୮ ମାସ ବୃଦ୍ଧି ନେଇ ଚିଠି ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ନବୀନ। କରୋନା ପାଇଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲି ଯାଇଛି। ତେଣୁ ଗରିବଙ୍କ ପାଇଁ ଯୋଜନାକୁ ଚାଲୁ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

- Advertisement -

କରୋନା କାଳରେ ଲାଗୁ ହୋଇଥିବା ପିଏମଜିକେଏୱାଇରେ ୭ ମାସ ଧରି ମାଗଣା ରାସନ ପାଇଁ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ। ଏଥିସହ କରୋନା ମହାମାରୀର ପ୍ରଭାବ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଟଳି ନଥିବାରୁ ଏହାର ଅବଧି ବୃଦ୍ଧି କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି। ୨୦୨୦ ମାର୍ଚ୍ଚ ମାସରୁ ଏହି ଯୋଜନାରେ ଗରିବ ପରିବାରକୁ ମାସିକ ମାଗଣାରେ ରାସନ ଯୋଗାଇ ଦିଆଯାଉଥିଲା। ରାଜ୍ୟ ସରକାର ମଧ୍ୟ ନିଜର ଅତିରିକ୍ତ ହିତାଧିକାରୀଙ୍କୁ ରାସନ ଯୋଗାଇଛନ୍ତି। ନଭେମ୍ବର ୫ ସୁଦ୍ଧା ଏନଏଫ୍‌ଏସ୍‌ଏ ହିତାଧିକାରୀ ୭ ମାସର ମାଗଣା ରାସନ ପାଇ ସାରିଛନ୍ତି। ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ମହଜୁଦ ଥିବା ନବୀନ କହିଛନ୍ତି। ତେବେ ଯୋଜନାର ଅବଧି ଚଳିତ ମାସରେ ଶେଷ ହେଉଛି । କିନ୍ତୁ କରୋନା ସ୍ଥିତିରେ ସୁଧାର ଆସି ନ ଥିବାରୁ ଆଗାମୀ ୮ମାସ ପର୍ଯ୍ୟନ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ।

 

 

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories