www.samajalive.in
Wednesday, December 10, 2025
16.1 C
Bhubaneswar

କଂଗ୍ରେସ ପକ୍ଷରୁ କିଷାନ ବିଜୟ ଦିବସ ପାଳିତ

ନବରଙ୍ଗପୁର : କେନ୍ଦ୍ର ସରକାରଙ୍କ ଦ୍ଵାରା ୩ ଟି କୃଷି ଆଇନର ପ୍ରତ୍ୟାହାର ଘୋଷଣା ଅବସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନ ଠାରେ କିଷାନ ବିଜୟ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସଭାପତି ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୃଷି ଆଇନର ପ୍ରତ୍ୟାହାର କିଷାନର ବିଜୟ ବୋଲି କହିବା ସହ ଏହାକୁ ନେଇ କଂଗ୍ରେସର ତୀବ୍ର ବିରୋଧ ଯୋଗୁଁ ଆଜି ଏହି ଆନ୍ଦୋଳନ ସଫଳ ହୋଇଛି ବୋଲି କହିଥିଲେ। ଆଜିକୁ ଏକ ବର୍ଷ ତଳେ କେନ୍ଦ୍ର ସରକାର ସଂସଦରେ ପାରିତ କରିଥିବା ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଦେଶର ବିଭିନ୍ନ କୃଷକ ସଂଗଠନ ଓ ରାଜନୈତିକ ଦଳ ବିରୋଧ କରି ଆସୁଥିଲେ । ଅନୁରୁପ ଭାବେ ଜାତୀୟ କଂଗ୍ରେସର ସମ୍ପୂର୍ଣ୍ଣ ସମର୍ଥନରେ ଏହି ଆନ୍ଦଳନ ଉଗ୍ର ରୂପ ନେଇଥିଲା । ଶେଷରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶର କୃଶକ ସଂଗଠନ ଓ ରାଜନୈତିକ ଦଳ ମାନଙ୍କ ଚାପରେ ଏହି ୩ ଟି କୃଷି ଆଇନକୁ ଆସନ୍ତା ଅଧିବେଶନରେ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ । ଏହି ଆନ୍ଦଳନରେ ୭୦୦ରୁ ଅଧିକ କୃଷକ ପ୍ରାଣ ହରାଇଥିବାବେଳେ ଏହି କୃଷକ ମାନଙ୍କ ଆତ୍ମାର ସଦଗତି କାମନା ପାଇଁ ଆଜି ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା ମାନେ ମହମ ବତୀ ପ୍ରଜ୍ଵଳନ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମୁଖରେ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା ମାନେ ସାଧାରଣ ଲୋକଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ମୁନା ତ୍ରିପାଠୀ ସମେତ ପିସିସି ଉପ ସଭାପତି ତଥା ପୂର୍ବତନ ବିଧାୟକ ସଦନ ନାୟକ, ପିସିସି ସଭ୍ୟ ଦିଲ୍ଲୀପ କୁମାର ବେହେରା , ଜିଲା ସାଧାରଣ ସମ୍ପାଦକ ପ୍ରଦୀପ ସାହୁ , ଅବଦୁଲ ଫିରୋଜ , ଚାଷୀ ନେତା ବୃନ୍ଦାବନ ତ୍ରିପାଠୀ ,ନବରଙ୍ଗପୁର ବ୍ଲକ ସଭାପତି ଭୀମ ହରିଜନ, ବରିଷ୍ଠ ନେତା ବାସୁ ଦେବ ପଟ୍ଟନାୟକ, ମୁକେଶ ଗୁପ୍ତା ସମେତ ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ ।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories