www.samajalive.in
Monday, December 8, 2025
24.1 C
Bhubaneswar

ଶିକ୍ଷକ ନିଯୁକ୍ତି ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଶିକ୍ଷା ପରିଚାଳନା କମିଟିର ସଦସ୍ୟ

କଲମପୁର : କଲମପୁର ବ୍ଲକର ସର୍ବପୁରାତନ ବିଦ୍ୟାଳୟର ମାନ୍ୟତା ପାଇଛି ବଡକୁଟୃ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ବର୍ତ୍ତମାନ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ଶିକ୍ଷାଦାନ କରାଯାଉଛି । କିନ୍ତୁ ଏହି ସର୍ବ ପୁରାତନ ବିଦ୍ୟାଳୟ ପ୍ରତି ଶିକ୍ଷା ବିଭାଗ ତରଫରୁ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ସଦସ୍ୟା । ଏହି ବିଦ୍ୟାଳୟର ତିନି ଜଣ ଶିକ୍ଷକଙ୍କୁ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ତଥା ଭୋଟର ତାଲିକା ପ୍ରସ୍ତୁତି ଓ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଛି । ଅନ୍ୟପଟେ ଦୀର୍ଘ ଦିନରୁ ଖାଲି ପଡିଥିବା ପ୍ରଧାନ ଶିକ୍ଷକ ପଦବୀରେ ନିକଟରେ ଜଣେ ଶିକ୍ଷକଙ୍କୁ ପଦୋନ୍ନତି ଦେଇ ପ୍ରଧାନ ଶିକ୍ଷକ ପୁରଣ କରାଯାଇଥିଲା । କିନ୍ତୁ ପରବର୍ତ୍ତି ସମୟରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଏହି ବିଦ୍ୟାଳୟରେ ପ୍ରାପ୍ତ ବୟସ୍କା ଝିଅ ମାନେ ଅଧ୍ୟୟନ କରି ଆସୁଛନ୍ତି । କିନ୍ତୁ ଏହି ବିଦ୍ୟାଳୟ ପାଇଁ କୌଣସି ଶିକ୍ଷୟିତ୍ରୀ ନିୟୋଜିତ ହେଇନଥିବାରୁ ଅନେକ ସମୟରେ ଛାତ୍ରୀ ମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

କୋଭିଡ କଟକଣା ପରେ ଏବେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟଦାନ ଅରମ୍ଭ କରାଯାଇଛି । କିନ୍ତୁ ଶିକ୍ଷକ ଅଭାବ ଜନିତ ସମସ୍ୟା କାରଣରୁ ଜଣେ ମାତ୍ର ଶିକ୍ଷକ ବିଦ୍ୟାଳୟକୁ ଆସୁଥିବା ବେଳେ ସେହି ଶିକ୍ଷକ କାର୍ଯ୍ୟାଳୟ କାର୍ଯ୍ୟ ସହ ଶିକ୍ଷାଦାନ କରିବା ସମ୍ଭବ ହେଉ ନାହିଁ । ତେଣୁ ଛାତ୍ର ଛାତ୍ରୀ ପାଠ ପଢିବାରୁ ବଂଚିତ ହେଉଛନ୍ତି । ଏଥିପାଇଁ ତୁରନ୍ତ ଏହି ବିଦ୍ୟାଳୟ ପାଇଁ ଆବଶ୍ୟକ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ପଦବୀ ପୁରଣ କରାଯିବା ପାଇଁ ଦାବୀ କରିଛନ୍ତି । ଏହି ବିଦ୍ୟାଳୟରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିବା ଶିକ୍ଷକ ବ୍ରଜେନ୍ଦ୍ର ମାଝୀଙ୍କ ସମେତ ଶିକ୍ଷୟତ୍ରୀ ତିଳୋତମା ଖମାରୀଙ୍କୁ ପୁନଃ ବଡକୁଟୃ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଫେରାଇ ଅଣାଗଲେ ଛାତ୍ର ଛାତ୍ରୀ ଉପକୃତ ହେଇ ପାରିବେ। ସମୟ ମୁତାବକ ଶିକ୍ଷକ ନିଯୁକ୍ତି କରାନଗଲେ ଆଗାମୀ ଦିନରେ ବିଦ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନ କରଯିବ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶିବ ପ୍ରସାଦ ମହାରଣାଙ୍କ ନେତୃତ୍ୱରେ ନେତ୍ରାନନ୍ଦ ସ୍ୱାଇଁ, ଚନ୍ଦ୍ର ହାସ୍ୟ ଛତ୍ରପାଲ, ଲିସି ସୁନାନୀ, ଦମୟନ୍ତୀ ଧଙ୍ଗଡା ମାଝୀ, ଅଞ୍ଜଳୀ ବାଗ, ଲକ୍ଷ୍ମୀଧର ସୁନାନୀ ପ୍ରମୁଖ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରି ଶଙ୍କର ବାଗଙ୍କୁ ସାକ୍ଷାତ କରିବା ସହ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories