www.samajalive.in
Saturday, December 6, 2025
14.1 C
Bhubaneswar

ବାଲୁକା ଲିଙ୍ଗେଶ୍ୱର୍ ବାବା ପୀଠରେ ବାଲିଯାତ୍ରା

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ ଜାଙ୍ଗେଡ ପଞ୍ଚାୟତ ଅନ୍ତର୍ଗତ ପିଠା ପୋଟଳଠାରେ  ଦୀର୍ଘ ଅଶି ବର୍ଷ ଧରି ବାଲିଯାତ୍ରା ମହୋତ୍ସବ ବାବା ବାଲୁକା ଲିଙ୍ଗେଶ୍ୱର ପୀଠରେ ଝାଉଁ ନଦୀ କୂଳରେ ଅନୁଷ୍ଠିତ ହୋଇଆସୁଛି । ଗତ ବର୍ଷ କରୋନା କଟକଣା ଯୋଗୁଁ ଏହି ବାଲି ଯାତ୍ରା କେବଳ ରୀତିନୀତିରେ ସମ୍ପନ୍ନ ହୋଇଥିବା ବେଳେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବାର ତଥା ଏହି ଯାତ୍ରାକୁ ଉପଭୋଗ କରିବାର ସୁଯୋଗରୁ ବଞ୍ଚିତ ହୋଇଥିଲେ। ଏବେ ମହାମାରୀର ଭୟାବହତା କିଛି ମାତ୍ରାରେ କମିଯାଇଛି ତେଣୁ ପୂର୍ବବତ୍ ଆଜି ଏହି ଯାତ୍ରା ବଡ ଧୁମ୍ ଧାମରେ ପାଳିତ ହେବା ସହ ଦର୍ଶକ ଏବଂ ଭକ୍ତଙ୍କର ବେଶ୍ ସମାଗମ ଦେଖିବାକୁ ମିଳିଥିଲା।ପଣ୍ଡିତ ନବଘନ ଦାଶଙ୍କ ମନ୍ତ୍ର ପାଠରେ ବାବା ବାଲୁକା ଲିଙ୍ଗେଶ୍ଵର୍ ପୂଜା ମଣ୍ଡପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇ ଥିଲା। ଶ୍ରୀନିବାସ ପ୍ରଧାନ ଓ ପତ୍ନୀ ଯାଜ୍ଞସିନୀ ପ୍ରଧାନ ଏହି ପୂଜାର କର୍ତ୍ତା ଦାୟିତ୍ଵ ବହନ କରିଥିଲେ। ଏହି ଅବସରରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପିଠା ପୋଟଳର ସମଲେଶ୍ଵରୀ କଳା ପରିଷଦ ଦ୍ବାରା ଭଜନ ପରିବେଷଣ  ସହ ଲହଣ୍ଡାର ସମ୍ପ୍ରଦା, ତୋରାର କୃଷ୍ଣଗୁରୁ, ଓ ବରପାଲିର ଦଣ୍ଡନୃତ୍ୟ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଏହି ବାଲିଯାତ୍ରାର ବିଶେଷ ମହତ୍ତ୍ଵ ହେଉଛି ହଜିଯାଇଥିବା ଲୋକକଳା  ସମ୍ପ୍ରଦାକୁ ଏହା ଜୀବିତ ରଖିପାରିଛି । ଆଖ ପାଖ ଗ୍ରାମ ଯଥା ଟୋପ,ପିଠା ପୋଟଳ, ଖଲିଆପାଲି, ସିଂହପାଲି, ଜାଙ୍ଗେଡ, କୁକେତିରା, ଅତାବିରା, ଭୂର୍ଶିପାଲି, ବନହର ଆଦିରୁ ଆବାଳ ବୃଦ୍ଧ ବନିତା ଏହି ବାଲିଯାତ୍ରା ଦେଖିବାକୁ ଆସିଥାନ୍ତି। ଫଳରେ ବେଶ୍ ଭିଡ଼ ଜମି ଯାତ୍ରା ଆହୁରି ଉତ୍ସବମୁଖର ହୋଇଥିଲା। ଏହି ଯାତ୍ରାକୁ ସଫଳ  କରିବାରେ ପୂଜା କମିଟିର ଅଧିକାରୀ ପ୍ରଧାନ, ଶ୍ରୀମଦ୍ ଭୁଏ, ନେହେରୁ ପ୍ରଧାନ,ଗଜିନ୍ଦ୍ର ପ୍ରଧାନ, ଘନେଶ୍ୱର୍ ଝାଂକର୍ ଓ ସହଦେବ ଭୁଏଙ୍କ ସକ୍ରିୟ ସହଯୋଗ ରହିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories