www.samajalive.in
Monday, December 15, 2025
15.1 C
Bhubaneswar

ଶନିବାର ରାଶିଫଳ (୨୦/୧୧/୨୦୨୧)

ମେଷ :  ପୁଣ୍ୟକର୍ମାଦି ହେତୁ ଧନୀ ହୋଇପାରନ୍ତି। ପ୍ରଭାବଶାଳୀ ହେବେ। ନୀତିନିଷ୍ଠ ହେବାର ସୂଚନା ମିଳୁଛି। ପୁତ୍ରଲାଭ ହୋଇପାରେ। ଚତୁଷ୍ପଦଯୁକ୍ତ ଓ ପ୍ରିୟ ବାନ୍ଧବଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ।

ବୃଷ : ଶୌର୍ଯ୍ୟଶାଳୀ ହେବେ। ଶତ୍ରୁହନ୍ତା, କ୍ଲେଶ ସହିଷ୍ଣୁ, ବିଚକ୍ଷଣ ବୁଦ୍ଧିଯୁକ୍ତ, ସଂସ୍କାରୀ, ଗୃହୀ, ସଞ୍ଚିତ ଧନଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। ସ୍ଥିର ସମ୍ପଦଯୁକ୍ତ, କମନୀୟ, ବପୁମାନ ହେବେ। ସୁଖୀ ହେବେ।

ମିଥୁନ : ପତ୍ନୀଙ୍କ ବିଳାସ-ବ୍ୟସନ ପାଇଁ ଧନ ବ୍ୟୟ କରିପାରନ୍ତି। ପୁତ୍ରର ଭବିଷ୍ୟତ ପାଇଁ ମଧ୍ୟ ଅଧିକ ବ୍ୟୟ କରିବେ। ଅଯଥା ବିତର୍କରୁ ଓହରି ଯାଇପାରନ୍ତି। ମଧୁର କଥା ଯୋଗୁଁ ସମସ୍ତଙ୍କର ଆଦରଣୀୟ ହେବେ।

କର୍କଟ : ବସ୍ତ୍ରାଦି ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। କୃଷିକ୍ଷେତକୁ ଅମଳକ୍ଷମ କରାଇ ପାରନ୍ତି। ସେବାକାର୍ଯ୍ୟରେ ନିୟୋଜିତ ହୋଇ ଆତ୍ମସନ୍ତୋଷ ଲାଭ କରିବେ। ଶାସ୍ତ୍ର ବିଶାରଦ ହେବେ। ସାଧୁ କଲ୍ୟାଣ ମିଳିବ।

ସିଂହ : ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ନିଜର ପୌରୁଷପଣିଅାର ସୂଚନା ଦେବେ। କର୍ମକ୍ଷେତ୍ରକୁ ଉଳମୟ କରି ଗଢ଼ିତୋଳିବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଓ ବିବାଦରେ ବିଜୟୀ ହେବେ।

କନ୍ୟା : ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହେବେ। ସର୍ବଧର୍ମ ବିଶ୍ବାସୀ ହେବେ। କ୍ଷମତାର ସଦ୍‌ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରି ପୁରସ୍କୃତ ହେବେ। ସୁସ୍ଥ ଓ ନିରାମୟ ରହିବେ।

ତୁଳା : ଶତ୍ରୁତା ବୃଦ୍ଧି ହେବାର ସୂଚନା ମିଳୁଛି। କଳହଠାରୁ ଦୂରର ରହି ନିଜର ସମ୍ମାନ ରକ୍ଷା କରିପାରନ୍ତି। ଅସୁସ୍ଥତା ଅନୁଭବ କଲେ ବି ସେବା ମିଳିବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବିଛା : କଳା ନିପୁଣା ପତ୍ନୀ ଲାଭ କରିପାରନ୍ତି। ଧନ ଖର୍ଚ୍ଚ ପରିବର୍ତ୍ତେ ସଞ୍ଚୟ ଆଭିମୁଖ୍ୟ ହୋଇପାରନ୍ତି। ସେବା ମନୋଭାବର ହେବେ। ପଡ଼ୋଶୀଙ୍କର ପ୍ରିୟପାତ୍ର ଓ ଉପକାରୀ ହେବେ। ସମ୍ମାନିତ ହେବେ।
ଧନୁ : ଅଜାତ ଶତ୍ରୁ ହୋଇପାରନ୍ତି। ସମଭାବାପନ୍ନ ବ୍ୟକ୍ତିଙ୍କ ସହିତ ବନ୍ଧୁତା ସ୍ଥାପନ କରିବେ। ଋଣଦାତାଙ୍କୁ ସମ୍ମାନିତ କରିପାରନ୍ତି। ସତ୍ୟ ଚିନ୍ତା, ଦୟାଳୁ ଓ କ୍ଷମାର ଅବତାର ହୋଇପାରନ୍ତି। ଈଶ୍ବର ବିଶ୍ବାସୀ ହେବେ।

ମକର : ଅଧ୍ୟପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହେବେ। ପତ୍ନୀଙ୍କ ସହଯୋଗ ପାଇ ଉଚ୍ଚାକାଂକ୍ଷୀ ହୋଇପାରନ୍ତି। ଅର୍ଥବଳରେ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ଘଟିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ : ଭାଷା ପରମ କଲ୍ୟାଣୀୟ ହୋଇପାରେ। ସତ୍ୟବାଦୀ ଦୃଢ଼ବ୍ରତ ଆଚରଣ କରିପାରନ୍ତି। ଦୟାଳୁ ଓ ସମ୍ୟକ ତତ୍ତ୍ବଦର୍ଶୀ ହେବେ। ଗୁଣାତୀତ ହୋଇପାରନ୍ତି। ପୁଣ୍ୟବାନ୍‌ ଓ ସୁବିମଳ ହୋଇପାରନ୍ତି। ପରୋପକାରୀ ହୋଇପାରନ୍ତି।

ମୀନ : ସଙ୍ଗୀତପ୍ରିୟମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। ବିଭିନ୍ନ ଅର୍ଥର ଆଗମନ, ଭଣ୍ଡାର ପରିପୂର୍ଣ୍ଣତାରେ ସହାୟକ ହେବ। ଶୁଭକାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦିତ ହେବ। ରାଜକୋଷ ଅର୍ଥରେ ଅଶାନ୍ତି ଦୂର ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories