www.samajalive.in
Monday, December 15, 2025
17.1 C
Bhubaneswar

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଅଷ୍ଟ ପ୍ରହରୀ ନାମଯଜ୍ଞ ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସି ସ୍ଥିତ ୱାର୍ଡ ନଂ ୨ ସ୍ଥିତ ବୀର ସୁରେନ୍ଦ୍ର ସାଏ କ୍ଲବ ପଡ଼ାବାସୀଙ୍କ ପକ୍ଷରୁ ବିଦ୍ୟୁତ୍ ବିଭାଗ ପଡ଼ିଆରେ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି। ଏହି ନାମଯଜ୍ଞ କାର୍ତ୍ତିକ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଆରମ୍ଭ ହୋଇ ଆଜି ପୂର୍ଣ୍ଣିମା ଦିନରେ ପୂର୍ଣ୍ଣାହୁତି ପଡ଼ିଥିଲା । ନାମଯଜ୍ଞର ସଭାପତି ସିଶୁକୁମାର ଦେବତାଙ୍କ ଆହ୍ବାନକ୍ରମେ ଏହି ନାମଯଜ୍ଞ କରାଯାଇଥିବା ବେଳେ ମିତେସ ଗଣହୋତ୍ରା ଓ ଧର୍ମପତ୍ନୀ ହର୍ସିତ ଗଣହୋତ୍ରା କର୍ତ୍ତା ଦାୟିତ୍ଵ ତୁଲାଇ ଥିଲେ। ଅତାବିରା ସ୍ଥିତ ପାର୍ବତୀ ମନ୍ଦିରରୁ ପୂର୍ଣ୍ଣ କଳସ ଅଣାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ ପୂର୍ବକ ଷୋଡଶପଚାରେ ପୂଜାର୍ଚ୍ଚନା କରାଯାଇ ମହାମନ୍ତ୍ର ଜପ ଆରମ୍ଭ ହୋଇଥିଲା। ଅନ୍ୟ ବର୍ଷମାନଙ୍କରେ ଆଖ ପାଖର ୧୨/୧୩ ଟି ଗ୍ରାମର ସଙ୍କୀର୍ତ୍ତନ ଦଳ ଏହି ନାମଯଜ୍ଞରେ ସାମିଲ ହୋଇ ସଙ୍କୀର୍ତ୍ତନ ପରିବେଷଣ କରିଥାନ୍ତି। କିନ୍ତୁ କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ଏହା କିଛି ପରିମାଣରେ ଫିକା ପଡିଯାଇଛି। ଚଳିତ ବର୍ଷ ଖଲିଆପାଲି ଓ ସମ୍ବଲପୁର ପ୍ରିତମପୁରର ମାତ୍ର ଦୁଇଟି ଦଳ ଆସି ନାମ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ। ଏହି ଅଷ୍ଟପ୍ରହରୀ ନାମଯଜ୍ଞରେ ବଂଶୀଧର ମିଶ୍ର ପଣ୍ଡିତ ଦାୟିତ୍ୱରେ ରହି ପୂଜାକାର୍ଯ୍ୟ ତୁଲାଇ ଥିଲେ। ପଡ଼ାବାସୀ ଏଥିରେ ପୂର୍ଣ୍ଣ ସହଯୋଗ ପୂର୍ବକ ମହାମନ୍ତ୍ର ଜପ କରିଥିଲେ । ପୂର୍ଣ୍ଣାହୁତି ପରେ ରାଧା କୃଷ୍ଣଙ୍କୁ ବିମାନରେ ବସାଇ ସଂକୀର୍ତ୍ତନ ସହ ନଗର ପରିକ୍ରମା କରାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories