MEllora 950×100

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଶ୍ରୀମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭକ୍ତଙ୍କ ଭିଡ଼ ଲାଗି ଥିବା ଦେଖିବାକୁ ମିଳିଛି। ଭକ୍ତମାନେ ମାସ ତମାମ କାର୍ତ୍ତିକ ବ୍ରତ ପାଳନ କରିବା ପରେ ଶେଷ ପୂର୍ଣ୍ଣିମାରେ ରାତ୍ରରେ ନଦୀରେ ସ୍ନାନ ସାରି କଦଳୀ ପଟୁଆରେ ଡ଼ଙ୍ଗା ତିଆରି କରି ରୀତିନୀତି ଅନୁଯାୟୀ ପୂଜା ପାଠ କରିବା ପରେ ତାକୁ ଭସାଇ ଥାନ୍ତି। ‘ଆକାମା ବୋଇ ପାନଗୁଆ ଥୋଇ, ପାନଗୁଆ ତୋର ମାସିକ ଧର୍ମ ମୋର’ କହି ଡ଼ଙ୍ଗା ଭସାଇ ଥାନ୍ତି। ପରେ ଶ୍ରୀ ବଳଭଦ୍ର, ଜଗନ୍ନାଥ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କରି କୃପା ଲାଭ କରି ବ୍ରତ ସମାପନ କରିଥାନ୍ତି। କରୋନା ଯୋଗୁ ଦୁଇବର୍ଷ ହେବ ବିନା ଭକ୍ତରେ ପୂଜା ପାଠ କରାଯାଉଥିଲା। ବର୍ତ୍ତମାନ ପ୍ରଶାସନଙ୍କ ନିର୍ଦେଶ କ୍ରମେ ସମସ୍ତ ଦେବାଳୟ ଖୋଲା ରହିଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ୪ର୍ଥ ସିଆରପିଏଫ ବାଟାଲିୟନର ଯବାନମାନେ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

Comments are closed.