www.samajalive.in
Saturday, December 13, 2025
23.1 C
Bhubaneswar

ଦେଶରେ ସାମଗ୍ରିକ ଟିକାକରଣ ୧୧୫ କୋଟି ଟପିଲା

ନୂଆଦିଲ୍ଲୀ : ଦେଶ ବ୍ୟାପୀ ଚାଲିଥିବା ବିଶ୍ଵର ସର୍ବ ବୃହତ ଟିକାକରଣ​‌ ଅଭିଯାନ ସୁରୁଖୁରୁରେ ଆଗେଇ ଚାଲିଛି । କରୋନା ବିରୋଧୀ ଲଢେଇରେ ଏହାକୁ ପ୍ରମୁଖ ଅସ୍ତ୍ର ଭାବେ ବିବେଚନା କରାଯାଉଛି। ଇତିମଧ୍ୟରେ ଦେଶରେ ସାମଗ୍ରିକ ଟିକାକରଣ ୧୧୫ କୋଟି ଅତିକ୍ରମ କରିଛି।
ଦେଶରେ ଏପର୍ଯ୍ୟନ୍ତ ୧୧୫ କୋଟି ୭ ଲକ୍ଷ ୯୨ ହଜାର ୬୭୦ ପାନରୁ ଅଧିକ ଟିକା ଦିଆଯାଇସାରିଲାଣି । ୭୬ କୋଟି ୧୧ ଲକ୍ଷ ୬୭ ହଜାରରୁ ଅଧିକ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୩୮ କୋଟି ୯୬ ଲକ୍ଷ୨୫ ହଜାର ୩୭୦ରୁ ଅଧିକ ଦ୍ବିତୀୟ ପାନ ଟିକା ଦିଆଯାଇଛି । କେବଳ ଆଜି ଗୋଟିଏ ଦିନରେ ସନ୍ଧ୍ୟା ୫ଟା ସୁଦ୍ଧା ୬୪ ଲକ୍ଷ ପାନରୁ ଅଧିକ ଟିକା ଦିଆଯାଇଛି।

ରାଜ୍ୟରେ ଏହି ସମୟ ମଧ୍ୟରେ ୪ କୋଟି ୧୧ ଲକ୍ଷ ୫୬ ହଜାର ୮୪୯ ପାନରୁ ଅଧିକ ଟିକା ଦିଆଯାଇଛି । ୨ କୋଟି ୭୦ ଲକ୍ଷ ୯୭ ହଜାର ୩୪୨ରୁ ଅଧିକ ପ୍ରଥମ ପାନ ଟିକା ଦିଆଯାଇଥିବା ବେଳେ ୧କୋଟି ୪୦ ଲକ୍ଷ ୫୯ ହଜାର ୫୦୭ରୁ ଅଧିକ ଦ୍ବିତୀୟ ପାନ ଟିକା ଦିଆଯାଇଥିବା ଜଣାପଡିଛି।

Hot this week

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

Related Articles

Popular Categories