www.samajalive.in
Wednesday, December 10, 2025
14.1 C
Bhubaneswar

ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କୋର୍ଟ; ନିଷ୍ପତ୍ତି ନେଲେ ଓକିଲ ସଂଘ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଓକିଲ ସଙ୍ଘର ସଭା ଗୃହରେ ଗୁରୁବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଜିଲ୍ଲା ଜଜ୍ ବଦଳି ଦାବି କରି ତିନି ଦିନ ସମସ୍ତ କୋର୍ଟ ବନ୍ଦ ଡାକରା ଦିଆଯାଇଥିବା ବେଳେ କୌଣସି ପଦକ୍ଷେପ ନ ନେବାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ କୋର୍ଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ଏକ ପ୍ରତିନିଧି ଦଳ ସଭାପତି ପ୍ରଭାକର ପ୍ରଧାନଙ୍କ ନେତୃତ୍ୱରେ ମାଲକାନଗିରିରୁ କଟକ ଯିବେ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିବା ପାଇଁ। ଏଥିସହ ଏକ କର୍ଯ୍ୟାନୁଷ୍ଠାନ କମିଟି ଗଠନ କରାଯାଇଛି। ରମେଶ ପଟ୍ଟନ।ୟକଙ୍କୁ ଏହାର ସଭାପତି କରାଯାଇଥିବା ବେଳେ ଏଜୁକେଟିଭି ମେମ୍ବର ଭାବେ ଗୋପାଳ ପଣ୍ଡା, ରାମ ପ୍ରସାଦ ପଟ୍ଟନାୟକ, କୈଳାସ ପଟ୍ଟନାୟକ, ଦିଲୀପ ପରିଚା, ଲମ୍ବୋଦର ତୁରୁକ, ଭୂଦେଵ ମହାନନ୍ଦିଆ, ବିଜୁ ସରକାର, ରବୀନ୍ଦ୍ର କୁମାର ମାଢି, ସରୋଜ ସାହୁ ପ୍ରମୁଖଙ୍କୁ ସର୍ବ ସମ୍ମତିକ୍ରମେ ଗୃହୀତ କରାଯାଇଛି। ଏହି ୧୦ ଜଣିଆ କ୍ରିୟାନୁଷ୍ଠାନ କମିଟି ସମସ୍ତ ନିଷ୍ପତ୍ତି ନେବା ସହ କୋର୍ଟ ବନ୍ଦକୁ ତଦାରଖ କରିବେ। ଏହି ବୈଠକରେ ଜିଲ୍ଲାର ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories