www.samajalive.in
Saturday, December 6, 2025
16.1 C
Bhubaneswar

ଦୁଇ ଦୋକାନୀଙ୍କ ମଧ୍ୟରେ ଝଗଡା,୨ ମାମଲା ରୁଜୁ କଲା ପୁଲିସ

ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଦୁଇ ଦୋକାନୀଙ୍କ ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ଝଗଡା ଯୋଗୁଁ ତାହା ଏବେ ଥାନାରେ ପହଂଚି ଥିବା ଜଣାପଡିଛି। ଏନେଇ ଉଭୟ ଦୋକାନୀଙ୍କ ପକ୍ଷରୁ ଥାନାରେ ଏତଲା ଦେଇଛନ୍ତି। ଏତଲା କୁ ଭିତ୍ତି କରି ପୁଲିସ ଦୁଇଟି ମାମଲା ରୁଜୁ କରିବା ସହ ତଦନ୍ତ ଚାଲିଥିବା ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।

ମିଳିଥିବା ଖବର ଅନୁସାରେ ଗଞ୍ଜାମ ଶନିମନ୍ଦିର ଛକ ନିକଟରେ ଓଡିଆ ଢମଣା ସାହିର ବିଜୟ ମହାଙ୍କୁଡଙ୍କ ଦୋକାନ ଓ ଆଉ କିଛି ଦୂରରେ ଦୀପକ ଦାସଙ୍କ ଦୋକାନ ରହିଛି। ଦୋକାନର ଭଲ ବ୍ୟବସାୟକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା। ଗତକାଲି ଅର୍ଥାତ ମଙ୍ଗଳବାର ସଂକ୍ରାନ୍ତି ରାତିରେ ଦୀପକ ଦୋକାନ ବନ୍ଦ କରି ଘରକୁ ଯିବା ପରେ ବିଜୟ ଦୀପକ ଦୋକାନକୁ ଗ୍ରାହକ ନ ଯିବା ପାଇଁ ଜଣେ ତାନ୍ତ୍ରିକକୁ ଆଣି ଦୀପକ ଦୋକାନ ପଛ ପଟେ ଗାତ ଖୋଲି କଣ ପୋତୁଥିବାର ଦୃଶ୍ୟ ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଥିଲା ଦୀପକ। ଫଳରେ ଏନେଇ ଦୀପକ ବିଜୟକୁ ଏମିତି କାହିଁକି କରୁଛ ବୋଲି ପଚାରିବାରେ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ତାହା ହାତାହାତି ଉପରକୁ ଯାଇଥିଲା। ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଉଭୟଙ୍କୁ ଥାନା ନେଇଥିଲେ। ବୁଧବାର ଏନେଇ ବିଜୟ ଙ୍କ ସ୍ତ୍ରୀ ଗଞ୍ଜାମ ଥାନାରେ ଏତଲା ଦେବା ପରେ ଦୀପକ ଙ୍କ ମା ମଧ୍ୟ ପାଲଟା ଏତଲା ଦେଇଥିବା ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories