www.samajalive.in
Saturday, December 6, 2025
15.1 C
Bhubaneswar

ଆଇପିଏସ ସ୍ତରରେ ଅଦଳବଦଳ, ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗର ଅତିରିକ୍ତ ଡିଜି

ଭୁବନେଶ୍ବର: ଆଇପିଏସ ସ୍ତରରେ ଅଦଳବଦଳ। ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ବିନାୟକ ଝା ହେଲେ ଗୃହ ବିଭାଗ ଓଏସଡି। ସୁଧାଂଶୁ ଷଡ଼ଙ୍ଗି ହେଲେ ଏଡିଜି ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି। ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଏଡିଜି ଓଏଚଆରସି ଦାୟିତ୍ବ। ସେଫିନ ଅହମ୍ମଦ ହେଲେ ଆଇଜି ଫାୟାର ସର୍ଭିସ ଓ ହୋମଗାର୍ଡ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ୧୯୮୮ ବ୍ୟାଚ୍ ଆଇପିଏସ୍ ବିନୟାନନ୍ଦ ଝାଙ୍କୁ ଆଜି ଗୃହ ବିଭାଗର ଓଏସଡି ଭାବେ ବଦଳି କରଯାଇଛି। ଗୃହ ବିଭାଗର ଓଏସଡି ଦାୟିତ୍ୱରେ ଥିବା ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗର ଅତିରିକ୍ତ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ସଂପ୍ରତି ରେଳବାଇ ଓ ଉପକୂଳ ସୁରକ୍ଷା ଏଡିଜି ଭାବେ କାର୍ଯ୍ୟ ୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଓଡ଼ିଶା ରାଜ୍ୟ ମାନବାଧିକାର କମିଶନ ଅତିରିକ୍ତ ଡିଜି(ଏଡିଜି) ଭାବେ ବଦଳି କରାଯାଇଛି। ସେହିପରି ୨୦୦୩ ବ୍ୟାଚ୍ ଆଇପିଏସ୍ କେ. ସଫିନ୍ ଅହମ୍ମଦଙ୍କୁ ଅଗ୍ନିଶମ ସେବା ଓ ହୋମଗାର୍ଡ ଆଇଜି ଭାବେ ବଦଳି କରାଯାଇଛି। ସଫିନ୍ ଅହମ୍ମଦ ସଂପ୍ରତି ଟେକନିକାଲ ଆଇଜି ଭାବେ ଅବସ୍ଥାପିତ ଅଛନ୍ତି । ଏଣେ ୨୦୧୩ ବ୍ୟାଚ୍ ଆଇପିଏସ୍ ତଥା କ୍ରାଇମବ୍ରାଞ୍ଚ ଏସପି ଏଲ୍‌. ଦିବ୍ୟା ଭିଙ୍କୁ ଢେଙ୍କାନାଳ ଜିଲା ଆରକ୍ଷୀ ଅଧୀକ୍ଷକ ଭାବେ ବଦଳି କରାଯାଇଥିବା ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories