www.samajalive.in
Friday, December 5, 2025
26.1 C
Bhubaneswar

ନୀଳଗିରି : ଅବକାରୀଦଳ ଉପରକୁ ବେପାରୀ ଛାଡ଼ିଦେଲା ଜର୍ମାନ ସେଫୋର୍ଡ଼ କୁକୁର

ନୀଳଗିରି : ବାଲେଶ୍ୱର ଜିଲା ଅଧୀନ ନୀଳଗିରି ସହରରେ ବୁଧବାର ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଚଢ଼ଉରେ ଯାଇଥିବା ଅବକାରୀ ଦଳ ଉପରକୁ ଜଣେ ଗଞ୍ଜେଇ ବେପାରୀ ୨ଟି ଜର୍ମାନ ସେଫୋର୍ଡ଼ କୁକୁରଙ୍କୁ ଛାଡ଼ି ଦେବାରୁ ୩ଜଣ କ୍ଷତାକ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏନେଇ ୨ଜଣଙ୍କୁ ଗିରଫ କରାଯାଇଛି ।
କଟକ ସ୍ଥିତ ୟୁନିଟ-୨ ଅବକାରୀ ଗୁଇନ୍ଦା ବିଭାଗ, ନୀଳଗିରି ପୁଲିସ, ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ଓ ନୀଳଗିରି ଅବକାରୀ ବିଭାଗ ପକ୍ଷରୁ ୨୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ବୁଧବାର ନୀଳଗିରି ସହର ଘାଟଘର ସାହି ଅଞ୍ଚଳର ଟ୍ରକ ମାଲିକ ନିରଞ୍ଜନ ବେହେରା (୫୦)ଙ୍କ ଘରେ ଚଢ଼ଉ କରିଥିଲେ। ଅଚାନକ ଚଢ଼ଉ ଦେଖି ଘର ଭିତରେ ଥିବା ପ୍ରାୟ ୪୦କିଲୋରୁ ଅଧିକ ଗଞ୍ଜେଇକୁ ସମ୍ପୃକ୍ତ ବେପାରୀଙ୍କ ସହଯୋଗୀ ବାହାରକୁ ଫିଙ୍ଗି ଦୌଡ଼ିଥିଲେ । ଏହି ସମୟରେ ମୁଖ୍ୟ ବେପାରୀ ତଥା ଟ୍ରକ ମାଲିକ ନିରଞ୍ଜନ ତାଙ୍କ ଘରେ ବନ୍ଧା ଯାଇଥିବା ଦୁଇଟି ଜର୍ମାନ ସେଫୋର୍ଡ଼ କୁକୁରଙ୍କୁ ଫିଟାଇ ଛାଡ଼ି ଦେଇଥିଲେ। କୁକୁର ଦ୍ୱୟ ଅବକାରୀ କର୍ମଚାରୀଙ୍କ ଉପରେ ଲମ୍ଫ ଦେଇ ଝାମ୍ପିବାରୁ ନୀଳଗିରି ଅବକାରୀ ଅଧିକାରୀ ଜୟନ୍ତୀ ଆଚାର୍ଯ୍ୟ, ବାଲେଶ୍ୱର ଭ୍ରାମ୍ୟମାଣ ନିରୀକ୍ଷକ ଗାଲୁରାମ ସୋରେନ ଏବଂ ଗାଡ଼ି ଚାଳକ ସୁବ୍ରତ ଜେନା ଲହୁଲୁହାଣ ହୋଇ ଯାଇଛନ୍ତି । ସେମାନଙ୍କୁ ନୀଳଗିରି ଓ ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ଚଢ଼ଉରେ ୪୩କିଲୋ ଗଞ୍ଜେଇ ଜବତ କରାଯାଇଥିବା ବେଳେ ମୁଖ୍ୟବେପାରୀ ନିରଞ୍ଜନ ଏବଂ ତାଙ୍କ ସହଯୋଗୀ ତଥା ପୁରୁଣାବାଲେଶ୍ୱର ଅଞ୍ଚଳର ରମେଶ ତରେଇ (୨୫)ଙ୍କୁ ଗିରଫ କରାଯାଇଛି। ନୀଳଗିରି ଅବକାରୀ ନିରୀକ୍ଷକ ନାରାୟଣ ବେହେରା, ଏଏସଆଇ ଅଞ୍ଜନ ଜେନା, ଥାନା ଏଏସଆଇ ଶରତ ଚନ୍ଦ୍ର ଧଳ, ଅନନ୍ତ ମୁର୍ମୁ, ଉମାକାନ୍ତ ସିଂଙ୍କ ସମେତ କନଷ୍ଟେବଳ ଭାନୁ ସିଂ, ପିଙ୍କି ମାରାଣ୍ଡି, ଦେବାଶିଷ ମଲିକ, ଧୀରେନ୍ଦ୍ର ସିଂ, ବିଦ୍ୟାଧର ବିନ୍ଧାଣୀ ପ୍ରମୁଖ ଉକ୍ତ ଚଢ଼ଉରେ ସାମିଲ ଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories