www.samajalive.in
Friday, December 5, 2025
26.1 C
Bhubaneswar

ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ବଚ୍ଛତା ଅଭିଯାନ ଓ ସ୍ୱାସ୍ଥ୍ୟ ପରୀକ୍ଷା

ରେଙ୍ଗାଲିକେମ୍ପ  :   ଜାତୀୟ ସ୍ବାସ୍ଥ୍ୟ ଦିବସ ଅବସରରେ ଆଜି ଅତାବିରା ବ୍ଲକ  ଟାଙ୍ଗରପାଳି  ସେବାଶ୍ରମ ବିଦ୍ୟାଳୟ ଠାରେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି । ଡଃ ଯଯାତି କେଶରୀ ରାଉତଙ୍କ ତତ୍ବାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଡଃ ସିମାରାଣୀ ନନ୍ଦ ଓ ଫାର୍ମାସିଷ୍ଟ  କେଦାର ମିଶ୍ରଙ୍କ ସକ୍ରିୟ ଭୂମିକା ରହିଥିଲା । ଏହି ଦିବସର ମହାନ୍ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଏହି ଆବାସିକ ବିଦ୍ୟାଳୟରେ ରହୁଥିବା ଅନ୍ତେବାସୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ କୋଭିଡ ପରୀକ୍ଷା ମଧ୍ୟ କରାଯାଇଥିଲା । ଦୂଷିତ ପରିବେଶ ସ୍ବାସ୍ଥ୍ୟ ସୁରକ୍ଷାକୁ ବେଶ୍ ପ୍ରଭାବିତ  କରିଥାଏ, ତେଣୁ ଏହି ଅବସରରେ ବିଦ୍ୟାଳୟର ଚତୁଃପାର୍ଶ୍ଵକୁ ସଫା ସୁତୁରା କରାଯାଇଥିଲା। ଏହା ବ୍ୟତୀତ ବିଦ୍ୟାଳୟର ପରିସୀମା ଭିତରେ  ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ପରି ଶେଷରେ ସମସ୍ତ ଅନ୍ତେବାସୀଙ୍କୁ ନେଇ ସ୍ବାସ୍ଥ୍ୟ ସଚେତନତା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।  କୋଭିଦ୍ ଭଳି ମହାମାରୀ ସମୟରେ ପିଲାମାନେ କିପରି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ,  ମାସ୍କ ବ୍ୟବହାରର ଆବଶ୍ୟକତା, ସାମାଜିକ ଦୂରତା ରକ୍ଷା କରିବା ତଥା ହାତାଧୁଆର ଛଅଟି ପ୍ରଣାଳୀ ଆଦି ବିଷୟରେ ପିଲାମାନଙ୍କୁ ଶିଖାଯାଇଥିଲା ।  ସୁଷମ ଖାଦ୍ୟ ଓ ନିୟମିତ ବ୍ୟାୟାମ ସ୍ବାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଏ ଏହା ଉପରେ ଡଃ ସିମାରାଣୀ ନନ୍ଦ ବେଶ ସରଳ ଭାବରେ ପିଲାମାନଙ୍କୁ ବୁଝାଇଥିଲେ । ବୃକ୍ଷରୋପଣରେ ହଷ୍ଟେଲର ସହାୟିକା, ପରିଚାଳିକା ଓ ଛାତ୍ର ଛାତ୍ରୀ ମାନେ ସହଯୋଗ  କରିଥିଲେ।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories