www.samajalive.in
Monday, December 15, 2025
17.1 C
Bhubaneswar

କଲମପୁର ଅଞ୍ଚଳର ସ୍ୱାସ୍ଥ୍ୟ ସେବାର ଉନ୍ନତି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ  ଦାବୀ ପତ୍ର ପ୍ରଦାନ

କଲମପୁର : କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଆବଶ୍ୟକ ମୁତାବକ ଶଯ୍ୟାର ବ୍ୟବସ୍ଥା ନାହିଁ । ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି । ତେଣୁ ଶଯ୍ୟା ସଂଖ୍ୟା ୧୨ରୁ ୩୨କୁ ବୃଦ୍ଧି କରିବା ସହ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଥିବା ବିଶେଷଜ୍ଞ ପଦବୀ ସହ ଅନ୍ୟ ସମସ୍ତ ପଦବୀ ପୁରଣ କରିବା ପାଇଁ ଦାବୀ କରିଛି କଲମପୁର ବ୍ଲକ କଂଗ୍ରେସ । କଲମପୁର ବ୍ଲକର ସ୍ୱାସ୍ଥ୍ୟ ସେବାର ସୁଧାର ପାଇଁ ବନ୍ଧକନା ନୁତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ସହ ମିନଗୁର ଠାରେ ଏକ ନୁତନ ପ୍ରାଥମିକ ଚିକିତ୍ସା କେନ୍ଦ୍ର ସ୍ଥାପନ ପାଇଁ ଦାବି କରିଛି କଂଗ୍ରେସ । ପୁଣି ବଡକୁଟୃ ଠାରେ ଥିବା ହୋମିଓପ୍ୟାଥି ଓ ମଣ୍ଡଳ ଠାରେ ଥିବା ଆୟୁର୍ବେଦ ଡାକ୍ତଖାନ ପାଇଁ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଦାବୀ କରାଯାଇଛି । କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ବିଭିନ୍ନ ବୈଦ୍ୟୁତିକ ଉପକରଣ ଯୋଗାଇ ଦିଆଯାଇଛି । କିନ୍ତୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥ୍ରୀ ଫେଜ ବିଜୁଳି ବ୍ୟବସ୍ଥା ଉପଲବ୍ଧ ନଥିବାରୁ ଏହି ସମସ୍ତ ବୈଦ୍ୟୁତିକ ଉପକରଣ ରୋଗୀ ସେବାରେ ଲାଗି ପାରୁ ନାହିଁ । ତେଣୁ ତୁରନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରରେ ଥ୍ରୀ ଫେଜ ବିଜୁଳି ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି । କଲମପୁର ଏକ ବ୍ଲକ ମୁଖ୍ୟାଳୟ, କିନ୍ତୁ କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦର ବ୍ୟବସ୍ଥା ନାହିଁ । କୌଣସି ବ୍ୟକ୍ତିର ଅପମୃତ୍ୟୁ ହେଲେ ପରିବାର ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେଇ ଜୟପାଟଣା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିବାକୁ ହେଉଛି । ତେଣୁ ତୁରନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଶବ ବ୍ୟବଚ୍ଛଦ ବ୍ୟବସ୍ଥା କରାଇବା ପାଇଁ ଦାବୀ କରାଯାଇଛି । କଲମପୁର ବ୍ଲକ କଂଗ୍ରେସର କାର୍ଯ୍ୟକାରୀ ସଭାପତି ବିପିନ ପ୍ରଧାନୀ, ଯୁବ କଂଗ୍ରେସ ସଭାପତି ମାଧବ ସୁନାନୀ, ପବିତ୍ର ବାଗ ପ୍ରମୁଖଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ବ୍ଲକ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ୮ ଦଫା ବିଶିଷ୍ଟ ଦାବୀ ପତ୍ର ବି.ଡି.ଓ ପ୍ରଶନ୍ନ କୁମାର ପଟେଲଙ୍କୁ ପ୍ରଦାନ କରିଥିଲେ। ଏହାପରେ ସମସ୍ତ କର୍ମୀ ପୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁଙ୍କୁ ପ୍ରଦାନ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories