www.samajalive.in
Monday, December 15, 2025
17.1 C
Bhubaneswar

ଚାରିଛକରେ ବୃଦ୍ଧି ପାଉଛି ଚୋରି, ଡକାୟତି ଅପରାଧ, ପୁଲିସ ନିଦାବିଷ୍ଣୁ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପ୍ରମୁଖ ସ୍ଥାନ ପୁରୁଣାକଟକ ଥାନା ନାକତଳେ ରହିଥିବା ଚାରିଛକ ବଜାର ଅଂଚଳରେ ଦିନକୁ ଦିନ ଚୋରି ଭଳି ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ପୁଲିସର ନିଷ୍କ୍ରିୟତା ଯୋଗୁଁ ଏଭଳି ଅପରାଧ ବୃଦ୍ଧି ଘଟୁଥିବା କୁହାଯାଉଛି। ବାରମ୍ବାର ଦିନେ ଦୁଇ ଦିନ ବ୍ୟବଧାନରେ ଘରୁ, ଦୋକାନ ପରେ ମନ୍ଦିର ଭଳି ଧର୍ମାୁଷ୍ଠାନରୁ ଚୋରି ଘଟୁଥିବା ଘଟଣା ପୁଲିସର ନିଦାବିଷ୍ଣୁ ଏବଂ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନଚିହ୍ନ ଲଗାଇଛି ?

ସୂଚନା ଅନୁସାରେ ଗତ ରବିବାର ବିଳମ୍ବିତ ରାତ୍ରୀରେ ଚାରିଛକ ଠିଡିକାଯୋରସ୍ଥିତ ପିଣ୍ଟୁ ପଣ୍ଡାଙ୍କ ଏକ ଦୋକାନ (କ୍ୟାବିନ) ଭାଙ୍ଗି ଟଙ୍କା ସହିତ ଦୋକାନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଚାରିଛକ ଶିବମନ୍ଦିର ଲୁହାଗ୍ରୀଲ ଭାଙ୍ଗି ଚୋରି ଉଦ୍ୟମ ଘଟଣାକୁ ୨୪ଘଣ୍ଟା  ନପୂରୁଣୁ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା। ସେହିପରି ଗତ ୦୯ତାରିଖ ଠିଡିକାଯୋର ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଚୋରି ଘଟିଥିବା ଘଟଣା ନଜରକୁ ଆସିଥିଲା। ଗତ ୧୨ ଅକ୍ଟୋବରରେ ଚାରିଛକ ଏସବିଆଇ କୋଲୋନୀର ଶିକ୍ଷକ ଦାମୋଦର ରାଉତଙ୍କ ଘରୁ ସୁନା ଅଳଙ୍କାର ସହିତ ଟଙ୍କା ଚୋରି ଘଟିଥିଲା। ଏହା ପୂର୍ବରୁ ଗତ ଦୁଇ ବର୍ଷ ତଳେ ଚାରିଛକ ଏସବିଆଇ କୋଲୋନୀର ରମେଶ ସାହୁଙ୍କ ଘରୁ ଟଙ୍କା ସହିତ ସୁନା ଅଳଙ୍କାର ମଧ୍ୟ ଚୋରି ଘଟିଥିଲା।

- Advertisement -

ସେହିପରି ଗତ ଜାନୁୟାରୀ ୨୦୧୯ରେ ପୁରୁଣାକଟକସ୍ଥିତ ଭୈରବୀ ମନ୍ଦିରରୁ ରୂପା ଅଳଙ୍କାର ଚୋରି ହୋଇଥିଲା। ପୁଣି ଗତ ଫେବୃୟାରୀ୨୦୨୦ରେ ପୁରୁଣା କଟକ ସ୍ଥିତ ଭାରତ ଫାଇନାନ୍ସ କମ୍ପାନୀରୁ ଦିନ ଦ୍ୱିପହରରେ ଲକ୍ଷାଧିକ ଟଙ୍କା ଶସସ୍ତ୍ର ଡକାୟତି ଭଳି ଘଟଣା ଘଟିଥିଲା । ଗତ ମାର୍ଚ୍ଚ ୮ତାରିଖ ମଧ୍ୟ ପୁରୁଣା କଟକ ମାରୁତି କୋଲନୀର ବ୍ୟବସାୟୀ ସନ୍ତୋଷ ସାହୁଙ୍କ ଘର ଲୁହାଗ୍ରୀଲ ଭାଙ୍ଗି ଦୁର୍ବୃତମାନେ ସୁନା ଗହଣା ସହିତ ୨୦ହଜାର ନଗଦ ଟଙ୍କା ଚୋରି କରି ନେଇଥିଲେ।ଏଭଳି ଚୋରି ଘଟଣା ବୃଦ୍ଧି ପାଉଥିଲେ ମଧ୍ୟ ଚିରାଚରିତ ଢଙ୍ଗରେ କେବଳ ସାଇନଟିଫିକ ଟିମ ଡଗ ସ୍କ୍ୱାର୍ଡ ଆଣି ପୁଲିସ ନିଜର ଦାୟିତ୍ୱ ଶେଷ କରୁଛି । ଏ ପର୍ଯ୍ୟନ୍ତ ୧୦ରୁ ଅଧିକ ଚୋରି, ଡକାୟତି ମାମଲାରେ ପୁଲିସ କୌଣସି ଅପରାଧିକୁ ଧରିବାରେ ସକ୍ଷମ ହୋଇନାହିଁ। ଫଳରେ ଦିନକୁ ଦିନ ସାଧାରଣ ଜନତା ପୁଲିସ ଉପରୁ ଆସ୍ଥା ହରାଉଥିବାରୁ ଆଉ ଥାନା ଦ୍ୱାର ମାଡିବାକୁ ମଧ୍ୟ ଅମଙ୍ଗ ହେଉଛନ୍ତି। ଏଥିପ୍ରତି ବୌଦ୍ଧ ଏସପି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ କଠୋର ପଦକ୍ଷେପ ସହ ନାଇଟ ପେଟ୍ରୋଲିଂ କଡାକଡି କରିବାକୁ ସାଧାରଣରେ ଦାବୀ ଉଠୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories