ଖଜୁରୀ ରସ ଚୋରୀକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ଜଣେ ମୃତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଚୋରଙ୍କ ଗଡ ଭାବେ ବେଶ୍ ପରିଚିତ ହୋଇ ସାରିବା ପରେ ଏବେ ନିଶାର ଗଡ ବି ପାଲଟି ଯାଇ ଅପରାଧ ବଢ଼ିଚାଲିଛି। ପ୍ରତି ଗଳି, କନ୍ଦି, ଛକ, ପାନ ଦୋକାନ, ହୋଟେଲ, ଢାବାମାନଙ୍କରେ ଖୋଲା ଖୋଲି ଭାବେ ନିଶା କାରବାର, ଚୋରୀ ମଦ ତାର କାୟା ବିସ୍ତାର କରିଚାଲିଛି । ଏହିି ନିିିଶା ପାଇଁ ଯୁବ ପିଢ଼ି ଲାଳାୟିତ ହେବା ସହ ତାଙ୍କର ଦୌରାତ୍ମ୍ୟ ବଢ଼ାଇ ଚାଲିଛନ୍ତିି। ପୋଲିସର ନିଷ୍କ୍ରିୟତା ଓ ଏହି ନିଶା କାରବାର ଯୋଗୁଁ ବିଭିନ୍ନ ଅପରାଧମୂଳକ କାମ ମଧ୍ୟ ବଢୁଛି । ନିର୍ମମ ହତ୍ୟାକାଣ୍ଡମାନ ଘଟିଵା ଏବେ ସାଧାରଣ ହୋଇ ଯାଇଛି । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ପାଲି ବୁଗବୁଗା ଗାଁରେ। ବୁଗୁବୁଗାର ଫୁଟବଲ୍ ପଡିଆ ନିକଟସ୍ଥ ଟିକ୍ରାପଡ଼ାର ଏକ ଧାନ ଖଳା ପାଖରେ ଖୁଜୁରୀ ରସ ଚୋରୀ ଘଟଣାକୁ ନେଇ ଖିରାପାଲିର ୩ଜଣ ଯୁବକ ରାଧାଚରଣ ବିଶ୍ବାଳ, ମଦନ ଭୁଏ ଓ ସୁଧାଂଶୁ ସେଠଙ୍କୁ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ମାରିବାର ଉଦ୍ୟମ କରିଥିଲେ। ହେଲେ ସେଠାରୁ ଦୁଇ ଜଣ ଜୀବନ ବିକଳରେ ଦୌଡ଼ି ଚାଲିଯାଇଥିବା ବେଳେ ସେଥି ମଧ୍ୟରୁ ରାଧାଚରଣ ବିଶ୍ବାଳ (୪୨)କୁ କାବୁ କରି ମାଡ଼ ମାରି ଆକ୍ରମଣକାରୀ ଯୁବକମାନେ ଖିରାପାଲି ଗ୍ରାମରେ ଛାଡ଼ି ଦେଇ ଫେରାର ହେବା ଓ ପରେ ତାଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଘଟଣା ସୂତ୍ରରୁ ଜଣା ପଡ଼ିଛି ଯେ, ଗତ ୧୩ ତାରିଖ ବିଳମ୍ବିତ ରାତ୍ରୀରେ ଘଟିଥିବା ଘଟଣା ଧୀରେ ଧୀରେ ପ୍ରଚାରିତ ହେବା ପରେ ଗତକାଲି ରାଧାଚରଣଙ୍କ ଦେହ ଅସୁସ୍ଥ ହେବାରୁ କରି ପରିବାର ଲୋକେ ସ୍ଥାନୀୟ ଥଆପାଲି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଥୁଆପାଲିରେ ଡାକ୍ତର ନ ଥିବାରୁ ପରେ ଭେଡେନ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ପରିବାର ଲୋକଙ୍କ ପକ୍ଷରୁ ଜଣା ପଡ଼ିଥିବା ବେଳେ ମୃତ ବ୍ୟକ୍ତିକୁ ଗାଁକୁ ଅଣାଯାଇ ଗାଁରେ ପରିବାର ଲୋକେ ତଥା ପଡ଼ାବାସୀ ଏକ ବୈଠକ କରି ଅତାବିରା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ଏନେଇ ଅତାବିରା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ କରିବା ସହ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକରୁ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ ଜଣାପଡ଼ିଛି।ଯାହା ଗାଁ ଲୋକଙ୍କ ଫୁସୂର୍ ଡୁବୁରରୁ ଜଣାପଡେ ଯେ, ମୃତ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ଚିହ୍ନ ଦେଖିବାକୁ ମିଳଥିଲା। ତେବେ କିଭଳି ଭାବେ ଓ କଣ ପାଇଁ ମାଡ଼ ମାରି ଜୀବନରୁ ମାରି ଦିଆଯାଇଥିଲା ତାହାର କାରଣ ଏବେବି ଅସ୍ପଷ୍ଟ ରହିଛି। ତେବେ ଆଗକୁ ଆଉ କେତେ ଜୀବନ ଗଲେ ନିଶାର ଗଡରେ ପ୍ରଶାସନର ଆଖି ଖୋଲିବ ଓ ନିରୀହ ଜୀବନ ନିଶାରୁ ମୁକ୍ତି ପାଇବ।

Comments are closed.