www.samajalive.in
Monday, December 15, 2025
17.1 C
Bhubaneswar

କେନ୍ଦ୍ର ସାହିତ୍ୟ ଅକାଦେମିର ବାଳ ସାହିତ୍ୟ ପୁରସ୍କାର : ଓଡ଼ିଶାରୁ ୨ ସମେତ ୨୪ ସାହିତ୍ୟିକ ପୁରସ୍କୃତ

ଭୁବନେଶ୍ୱର : ସମାଜ ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି ଶିଶୁ ସାହିତ୍ୟିକ। ଶିଶୁଙ୍କ ବ୍ୟକ୍ତିତ୍ବ ବିକାଶ, ମାନସିକତାରେ ଉନ୍ନତି ତଥା ଉଚ୍ଚ ଚିନ୍ତାଧାରା ତିଆରି କରିବାରେ ସେମାନଙ୍କ ସୃଜନ ଓ ସାରସ୍ବତ କୃତି ଉପାଦେୟ ବୋଲି ବିଶିଷ୍ଟ କବି ଡ. ରମାକାନ୍ତ ରଥ କହିଛନ୍ତି।
ଶିଶୁ ଦିବସ ଅବସରରେ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଜୟଦେବ ଭବନରେ ‘ବାଳ ସାହିତ୍ୟ ପୁରସ୍କାର-୨୦୨୦’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ବତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ. ରଥ କହିଲେ ଯେ, ଶିଶୁ ଭଲ କଥା ପଢ଼ିଲେ, ଏହାର ସକାରାତ୍ମକ ପ୍ରଭାବ ତାଙ୍କ ସହିତ ସମଗ୍ର ସମାଜ ଉପରେ ପଡ଼ିଥାଏ। କେନ୍ଦ୍ର ସାହିତ୍ୟ ଅକାଦେମିର ଉପସଭାପତି ମାଧବ କୌଶିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ କହିଲେ ଯେ, ଅକାଦେମି ପକ୍ଷରୁ ରାଜ୍ୟ ସଂଗ୍ରହାଳୟ ପରିସରରେ ଏକ ପୁସ୍ତକ ବିକ୍ରୟ କେନ୍ଦ୍ର ଖୋଲିଛି। ଅାଗକୁ ଆଦିବାସୀ ଭାଷା କେନ୍ଦ୍ର ଖୋଲିବାକୁ ଯାଉଛି। ଏବେ ପୁରସ୍କାର ପାଇଥିବା ସାହିତ୍ୟିକଙ୍କ ପୁସ୍ତକକୁ ଅନ୍ୟ ଭାଷାରେ ଅନୁବାଦ କରାଯିବ।
୨୦୨୦ ପାଇଁ ଓଡ଼ିଶାର ୨ଜଣଙ୍କ ସମେତ ମୋଟ ୧୯ଜଣ ସାରସ୍ବତ ସାଧକଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ମଧୁରିମା ଘରଫଳିଆ (ଆସାମୀ), ଅଜିତ୍ ବୋରୋ(ବୋଡ଼ୋ), ଶିବ ଦେବସିଂହ ସୁଶୀଲ (ଡୋଗ୍ରି), ଭେନିତା କୋଏଲୋ(ଇଂରାଜୀ), ନଟବର ଲାଲ ଗିରୀଧରଦାସ ପଟେଲ (ଗୁଜରାଟୀ), ଏଚ.ଏସ୍. ବ୍ୟାକୋଡ(କନ୍ନଡ଼), ସୟଦ ଅଖ୍‌ତର ହୁସେନ୍ (କଶ୍ମିରୀ), ଭି କ୍ରିଷ୍ଣା ଭଦ୍ୟାର( କୋଙ୍କଣୀ), ସିୟାରାମ୍ ଝା ‘ସାରସ୍‌’ (ମୈଥିଳୀ), ନାଓରେମ ବିଦ୍ୟାସାଗର ସିଂହ (ମଣିପୁରୀ), ଆବା ଗୋବିନ୍ଦ ମହାଜନ (ମରାଠୀ), ଧୁର୍ବା ଚୌହାନ (ନେପାଳୀ), ରାମଚନ୍ଦ୍ର ନାୟକ (ଓଡ଼ିଆ), ମଙ୍ଗତ ବାଦଲ(ରାଜସ୍ଥାନୀ), ଅରବିନ୍ଦ କୁମାର ତିୱାରୀ(ସଂସ୍କୃତ), ଜୟରାମ ଟୁଡ଼ୁ (ସାନ୍ତାଳୀ), ଏସ୍‌. ବଲଭରଥୀ(ତାମିଲ), କନ୍ନେଗନ୍ତି ଅନସୂୟା(ତେଲୁଗୁ), ହାଫିଜ୍ କର୍ଣ୍ଣାଟକୀ(ଉର୍ଦୁ)। ତେବେ ମନୋନୀତ ୫ ସାହିତ୍ୟିକ ଅନୁପସ୍ଥିତ ଥିଲେ। ସୋମବାର ପୂର୍ବାହ୍ନରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ଲେଖକ ସମ୍ମିଳନୀରେ ପୁରସ୍କୃତ ଶିଶୁ ସାହିତ୍ୟିକ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିବେ ବୋଲି ଅକାଦେମି ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ବିଜୟାନନ୍ଦ ସିଂହ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories