mission shakti banner

ମହିଳାଙ୍କୁ ଗଣବଳାତ୍କାର, ୪ ଜଣ ଅଟକ

BSKY banner  750×100

ନିମାପଡ଼ା : ସ୍ଥାନୀୟ ଏନ୍ଏସି. ଅଞ୍ଚଳରେ ଗତ ୧୨ ତାରିଖ ରାତିରେ ଜଣେ ୨୨ ବର୍ଷୀୟ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁକରି ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ା ପୁରୀ ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ତଦନ୍ତ ଦାୟିତ୍ୱରେ ଅଛନ୍ତି।
ପ୍ରକାଶ ଯେ, ମହିଳା ଏବଂ ତାଙ୍କ ସ୍ୱାମୀ ଗତ ୧୨ ତାରିଖ ରାତି ୧୧ଟା ୩୦ରେ କୁଶଭଦ୍ରା ନଦୀବନ୍ଧକୁ ଶୌଚ ହେବା ଲାଗି ଯାଇଥିବା ସମୟରେ ସେଠାରେ ଲୁଚି ରହିଥିବା ୪ ଯୁବକ ମହିଳାଙ୍କୁ ପଛପଟୁ ନଦୀପଠା ଆଡ଼କୁ ଟେକି ନେଇଥିଲେ। ସେଠାରେ ୪ ଜଣ ତାଙ୍କୁ ଗଣବଳାତ୍କାର କରିଥିଲେ। ମହିଳା ଜଣକ ଗୁରୁତର ହୋଇ ଏବେ ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ସ୍ଥାନୀୟ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ପୁଲିସ କାକଟପୁର ଥାନା ଅମୁଣିଆପାଟଣାର ବଳରାମ ଭୋଇ, ଅଜିତ୍ ଦାସ, ବିଦ୍ୟାଧର ଦାସ ଓ କହ୍ନେଇ ଭୋଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରିରଖିଛି। ଏହି ସମ୍ବେଦନଶୀଳ ଘଟଣାର ଜିଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିଜେ ତଦନ୍ତ କରୁଥିବା ପୁଲିସ ପକ୍ଷରୁ କୁହାଯାଇଛି।

Comments are closed.