ପିପିଲି:ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ଆମିତି ଇଣ୍ଡିଆ ଚାରିଟେବୁଲ ଟ୍ରଷ୍ଟ ଓ ପିପିଲିର ସଚେତନ ନାଗରିକ ମଞ୍ଚର ମିଳିତ ଉଦ୍ୟମରେ ସ୍ଥାନୀୟ ପୌର ଅତିଥି ଭବନ ଠାରେ ରବିବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଡାକ୍ତର ଜାମିନୀ ଭୂଷଣ ପଟ୍ଟନାୟକ ଓ ପିପିଲି ଥାନାଧିକାରୀ ଅଭିମନ୍ୟୁ ନାୟକ ଉଦ୍ଘାଟନ କରିଥିବା ବେଳେ ଆମିତି ଇଣ୍ଡିଆ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଆଡ୍ଭୋକେଟ ସୁରେଶ କୁମାର ରଥ, ଅବସରପ୍ରାପ୍ତ ଯନ୍ତ୍ରୀ ରମେଶ ଚନ୍ଦ୍ର ଶତପଥୀ, ସମାଜସେବୀ ଭଗବାନ ସେଠୀ, ପିପିଲି ବ୍ଲକ ଶିକ୍ଷାଧିକାରୀ ପୀତବାସ ସେଠୀ, ଅଶ୍ୱିନୀ ସେନ୍, ରାଜକିଶୋର ସାହୁ, ଗଙ୍ଗାଧର ନାୟକ, ରମାକାନ୍ତ ନାୟକ, ଆଇନଜୀବୀ ବୀରେନ୍ଦ୍ର ଭୂଜବଳ, ସୁରେଶ ଦାସ ପ୍ରମୁଖ ଯୋଗଦେଇ ରକ୍ତଦାନର ଉପକାରିତା ଓ ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ।
ଏହି ଶିବିରରେ ପୁରୀ ବ୍ଲଡ୍ବ୍ୟାଙ୍କର ଅଧିକାରୀ ଡାକ୍ତର ଦୀପକ ସାହୁଙ୍କ ତତ୍ତ୍ୱାବଧାନରେ ବ୍ଲକ୍ ବ୍ୟାଙ୍କର କର୍ମଚାରୀମାନେ ରକ୍ତଦାତାଙ୍କ ଠାରୁ ୨୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଅନୁଷ୍ଠାନର ରମେଶ କୁମାର ରଥ, ମାନସ ରଞ୍ଜନ ଦାସ, ଜୟନ୍ତ କୁମାର ବାରିକ, ନରହରି ସିଂ, ବ୍ରଜକିଶୋର ପାଇକରାୟ, ମହେନ୍ଦ୍ର ମହାପାତ୍ର, ଅକ୍ଷୟ କୁମାର ଦେ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।



