www.samajalive.in
Tuesday, December 9, 2025
15.1 C
Bhubaneswar

ରାଜ୍ୟରେ ଚିହ୍ନଟ ହେଲେ ୨୬୩ ନୂଆ କରୋନା ଆକ୍ରାନ୍ତ; ୩ ମୃତ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ ୨୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୩ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ସେହି ସମୟ ମଧ୍ୟରେ ୩୦୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୧୫୩ ଓ ସ୍ଥାନୀୟ ସଂକ୍ରମିତ ୧୧୦ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୪୪ ଜଣ ରହିଥିବା ଜଣାଯାଇଛି । ବାଲେଶ୍ୱର ଜିଲାରେ ୭, ଭଦ୍ରକ ୨, ବଲାଙ୍ଗିର ୨, କଟକ ୨୧, ଦେବଗଡ ୭, ଢେଙ୍କାନାଳ ୫, ଗଜପତିରେ ୯ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ୩, ଜଗତସିଂହପୁର ୨, ଯାଜପୁର ୧୦, ଝାରସୁଗୁଡା ୧, କେନ୍ଦ୍ରାପଡା ୨, କେନ୍ଦୁଝର ୨, ଖୋର୍ଦ୍ଧାରେ ୧୨୯ ଜଣଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ କୋରାପୁଟ ୧, ମୟୁରଭଞ୍ଜ ୪, ନବରଙ୍ଗପୁର ୨, ପୁରୀ ୭, ସମ୍ବଲପୁର ୬, ସୁନ୍ଦରଗଡ ୯ ଓ ଷ୍ଟେଟପୁଲରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୨୮୮୪ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ମୃତ ତିନିଜଣଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ ଜଣ ଓ ମୟୁରଭଞ୍ଜ ଜିଲାରୁ ଜଣେ ଥିବା ଜଣାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories