www.samajalive.in
Monday, December 15, 2025
27.1 C
Bhubaneswar

କାରାଗାରରେ ଆକାଶଙ୍କୁ ୭ ଘଣ୍ଟା ଜେରା

ଭୁବନେଶ୍ବର : ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡିବା ପରେ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଆଇଏଫ୍ଏସ୍‌ ଅଭୟକାନ୍ତ ପାଠକଙ୍କ ବହୁ ଚର୍ଚ୍ଚିତ ମାମଲାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତଦନ୍ତ କରୁଛି। ପ୍ରବର୍ତ୍ତନ ନିର୍ଦେଶାଳୟର ଏକ ୩ ଜଣିଆ ପ୍ରତିନିଦି ଦଳ ଗୁରୁବାର ସ୍ଥାନୀୟ ଝାରପଡ଼ାସ୍ଥିତ ସ୍ବତନ୍ତ୍ର କାରଗାରକୁ ଯାଇ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଦୀର୍ଘ ୭ ଘଣ୍ଟା ପଚରାଉଚରା କରିଛନ୍ତି। ଆକାଶଙ୍କ ଏକାଧିକ ବ୍ୟାଙ୍କ ଜମାଖାତାରେ ୧୪.୭୭ କୋଟି ଟଙ୍କା କାରବାର ହୋଇଥିଲା। ତେବେ ଏତେ ପରିମାଣର ଅର୍ଥ ସେ କେଉଁ ସୂତ୍ରରୁ ଆୟ କରିଥିଲେ ତାକୁ ନେଇ ଇଡି ଅଧିକାରୀମାନେ ପ୍ରଶ୍ନ ପଚାରିଥିଲେ। ତେବେ ଆକାଶ କେତେକ ପ୍ରଶ୍ନର ଉତ୍ତର ଦେଇ ପାରି ନ ଥିବା ଜଣେ ଅଧିକାରୀ କହିଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଗତ ଅକ୍ଟୋବର ୫ରେ ଅଭୟକାନ୍ତଙ୍କୁ ପଚରାଉଚରା କରାଯାଇଥିଲା। ସେହିପରି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ଝିଅକୁ ଜେରା କରାଯିବା ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ ସମନ କରିଥିଲେ ସୁଦ୍ଧା ସେମାନେ ହାଜର ହେବା ଲାଗି ସମୟ ନେଇଛନ୍ତି। ଅଭୟକାନ୍ତଙ୍କୁ ୧୧ ଘଣ୍ଟା ଧରି ଜେରା କରାଯାଇଥିଲା। ୨୦୦ରୁ ଅଧିକ ପ୍ରଶ୍ନ ତାଙ୍କୁ ପଚରାଯାଇଥିଲା। ଆକାଶଙ୍କୁ ଜେରା କରିବା ଲାଗି ସ୍ଥାନୀୟ ଜିଲା ଦୌରାଜଜଙ୍କ ଅନୁମତି ନେଇଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ। ଅଭୟକାନ୍ତଙ୍କୁ ଜେରା ବେଳେ ସେ ଏସବୁ ସମ୍ପତ୍ତି ତାଙ୍କ ପୁଅ ଆୟ କରିଥିବା କହିଥିଲେ। ତେଣୁ ଏନେଇ ଆକାଶଙ୍କୁ ଗୁରୁବାର ପଚରାଉଚରା କରାଯାଇଥିଲା। ଟାଟା କମ୍ପାନୀରେ ଆକାଶ ଚାକିରି କରିଥିବା ଦର୍ଶାଇ ଥିଲେ। ଚାକିରି ଦେବା ବାହାନାରେ ଶହ ଶହ ବେକାର ଯୁବକଯୁବତୀଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି।
ଆକାଶର ଏକାଧିକ ଜମାଖାତାରେ ପ୍ରାୟ ୯.୪ କୋଟି ଟଙ୍କା ନଗଦ ଜମା କରାଯାଇଥିବା ବେଳେ ଅନ୍ୟ ବ୍ୟାଙ୍କରୁ ତାଙ୍କ ଜମାଖାତାକୁ ୫.୨୯ କୋଟି ଟଙ୍କା ଆସିଥିବା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ କୁହାଯାଇଥିଲା। ଆକାଶ ପାଠକ ନାମରେ ୩ଟି ଦାମୀ କାର୍‌ ଓ ୩ଟି ବାଇକ୍‌ ରହିଥିବା ବେ‌େଳ ସେ ଦାମୀ କାର୍‌ ଭଡ଼ାରେ ନେଇ ପୁଣେରେ ରହୁଥିଲେ। ପୁଣେରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ ବେଳେ ସେ ରହୁଥିବା ସୌଖୀନ ଫାର୍ମ ହାଉସ୍‌ ପରିସରରେ ୨ଟି ମର୍ସିଡିଜ୍‌ କାର୍‌ ଥିଲା। ମୁମ୍ବଇର ତାଜ୍‌ମହଲ ପ୍ୟାଲେସ୍‌ ହୋଟେଲ୍‌ର ୯୦ ଲକ୍ଷ ଟଙ୍କାର ବିଲ୍ ଏବଂ ରାଜସ୍ଥାନର ଉଦୟପୁର ତାଜ୍‌ ଲେକ୍‌ ପ୍ୟାଲେସ୍‌ ବିବାହ ପାଇଁ ୨୦ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିବା ନେଇ ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ପଚରାଉଚରା କରିଥିବା ଜଣାପଡିଛି। ଦୁର୍ନୀତି ନିବାରଣ ବିଭାଗ ଅଭୟକାନ୍ତଙ୍କର ସମ୍ପତ୍ତି ୪୩୫ ପ୍ରତିଶତରୁ ୬୦୦ ପ୍ରତିଶତକୁ ଟପି ଯାଇଥିବା ନେଇ ଆକଳନ କରିଥିଲା। ଏସବୁ ସମ୍ପତ୍ତି ନେଇ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ କରୁଛି। ଏସବୁ ପ୍ରମାଣିତ ହେଲେ ତାକୁ ବାଜ୍ୟାପ୍ତ କରିବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories