www.samajalive.in
Sunday, December 14, 2025
23.1 C
Bhubaneswar

ଦ୍ବାରକାରୁ ୩୦୦ କୋଟିରୁ ଅଧିକ ମାଦକ ଦ୍ରବ୍ୟ ଜବତ

ଦ୍ବାରକା : ଗୁଜୁରାତ୍‌ର ଦ୍ବାରକା ଓ ସୁରତ୍‌ରୁ ପୁଲିସ ବିପୁଳ ହେରୋଇନ୍‌ ତଥା ମେଥାମ୍‌ଫେଟାମାଇନ୍‌ ଭଳି ନିଶା ଦ୍ରବ୍ୟ ଜବତ କରିଛି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଜବତ ମାଦକ ଦ୍ରବ୍ୟର ମୂଲ୍ୟ ୩୦୦ କୋଟି ଟଙ୍କାରୁ ଅଧିକ ବୋଲି ପୁଲିସ କହିଛି। ବୁଧବାର ଦୁଇଟି ସ୍ଥାନରେ ଚଢ଼ଉରୁ ପ୍ରଥମେ ୧୯ଟି ଓ ପରେ ୪୭ଟି ପ୍ୟାକେଟ୍‌ରେ ଥିବା ମାଦକ ଦ୍ରବ୍ୟ ଜବତ ହୋଇଛି। ସାଜ୍ଜଦ ଦୋଷୀ ନାମକ ଜଣେ ପରିବା ବିକ୍ରେତା ତିନିଟି ବ୍ୟାଗ୍‌ରେ ୧୯ଟି ପ୍ୟାକେଟ୍‌ରେ ଥିବା ଏହି ମାଦକ ଦ୍ରବ୍ୟ ଚାଲାଣ କରୁଥିଲା; ଯାହାର ପରିମାଣ ୧୭ କିଲୋ ଏବଂ ମୂଲ୍ୟ ୮୮କୋଟି ୨୫ ଲକ୍ଷ ଟଙ୍କା। ସ୍ଥାନୀୟ ଏକ ଅତିଥି ଭବନରୁ ତାକୁ ଗିରଫ କରାଯାଇଛି। ଏହି ମାଦକ ଦ୍ରବ୍ୟ ପାକିସ୍ତାନରୁ ସମୁଦ୍ର ପଥ ଦେଇ ଏଠାକୁ ଆସିଥିବା ପୁଲିସ କହିଛି। ସେ ସାଲାୟା ଅଞ୍ଚଳର ଦୁଇ ଭାଇ ସଲିମ କାରା ଓ ଅଲି କାରାଙ୍କଠାରୁ ଏହା ଆଣିଥିବା କହିବା ପରେ ପୁଲିସ ସେମାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪୭ଟି ପ୍ୟାକେଟ୍‌ରେ ଥିବା ୪୫କିଲୋର ମାଦକ ଦ୍ରବ୍ୟ ଜବତ ହୋଇଛି। ଏହାର ମୂଲ୍ୟ ୨୨୫ କୋଟି ଟଙ୍କା ଆକଳନ କରାଯାଇଛି।
ସେହିଭଳି ସୁରତ୍‌ରୁ ୫୮.୫୩ ଗ୍ରାମ ଓଜନର ମାଦକ ଦ୍ରବ୍ୟ ଜବତ ହୋଇଛି। ଏହାର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା। ଏହି ଘଟଣାରେ ଜଣେ ଗିରଫ ହୋଇଛି। ଗୁଜରାତ ମନ୍ତ୍ରୀ ହର୍ଷ ସାଂଘଭିଙ୍କ ସୂଚନାନୁଯାୟୀ, ଗତ ଦୁଇ ମାସ ମଧ୍ୟରେ ପୁଲିସ ମୋଟ ୫୭୫୬ କିଲୋଗ୍ରାମ ମାଦକ ଦ୍ରବ୍ୟ ଜବତ କରିଛି; ଯାହାର ମୂଲ୍ୟ ୨୪୫ କୋଟି ଟଙ୍କା। ଏ ବାବଦରେ ୫୭ଟି ମାମଲା ରୁଜୁ ହୋଇଛି।
ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ମନ୍ତ୍ରୀ ନବାବ ମାଲିକ କହିଛନ୍ତି ଯେ ମାଦକ ଦ୍ରବ୍ୟ କାରବାର ଗୁଜରାତ୍‌ରୁ ହେଉଛି। ସେଠାରେ ବଡ଼ ଚେର ଲମ୍ବିଥିବାବେଳେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ; କିନ୍ତୁ ମହାରାଷ୍ଟ୍ରରେ ୨.୪ ଗ୍ରାମ ଡ୍ରଗ୍ସ ଜବତ କରି ଏନ୍‌ସିବି ଜୋର୍‌ଦାର ପ୍ରଚାର ଚଳାଇଛି। ଗୁଜରାତରୁ ମାଦକ ଦ୍ରବ୍ୟଚାଲାଣ ଚେର ଅନ୍ୟତ୍ର ଲମ୍ବିଥିବାବେଳେ ଏହାକୁ ଉପାଡ଼ିବା ପାଇଁ ଏନସିବି ଗୁରୁତ୍ବ ଦେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories