www.samajalive.in
Sunday, December 14, 2025
23.1 C
Bhubaneswar

ନୂଆରୂପରେ ରୂପାନ୍ତରିତ ବିଶ୍ୱନାଥ ବିଦ୍ୟାପୀଠ ଲୋକାର୍ପିତ

ଆଠଗଡ  :  ଏକ ନୂଆ ରୂପରେ ଝଲସୁଥିବା ରୂପାନ୍ତରିତ ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠଟି ଗୁରୁବାର ଜାତୀୟ ଶିକ୍ଷା ଦିବସ ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ ପ୍ରକଳ୍ପ ମଧ୍ୟାମରେ ଆଠଗଡର ଏହି ସର୍ବପୁରାତନ ଶିକ୍ଷାର ମନ୍ଦିରଟି ଏବେ ନବକଳେବର ହୋଇଛି । ରାଜ୍ୟର ୧୪୨ଟି ଏବଂ କଟକ ଜିଲ୍ଲାର ଯେଉଁ ୩୦ଟି ରୂପାନ୍ତରିତ ବିଦ୍ୟାଳୟ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି ତନ୍ମଧ୍ୟରେ ବିଶ୍ୱନାଥ ବିଦ୍ୟାପୀଠ ଅନ୍ୟତମ । ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିଲେ ଏହି ଯୋଜନାର ମୁଖ୍ୟବିନ୍ଧାଣି ୫-ଟି ଶାସନ ସଚିବ ଭିକେ ପାଣ୍ଡିଆନ୍‍ । ଆଠଗଡର ବିଶ୍ୱନାଥ ବିଦ୍ୟାପୀଠଟି ପାଇଁ ୫-ଟି ରୂପାନ୍ତରୀକରଣ ପ୍ରକଳ୍ପ ଜରିଆରେ ୪୫ଲକ୍ଷ ଟଙ୍କା ବ୍ୟୟ କରାଯାଇ ୨ଟି ସ୍ମାର୍ଟ ଶ୍ରେଣୀ କକ୍ଷ, ଏକ ଇ-ଗ୍ରନ୍ଥାଗାର ଓ ବିଜ୍ଞାନାଗାର ନିର୍ମାଣ କରାଯାଇଥିବା ବେଳେ ଖେଳ ପଡିଆ ଉନ୍ନତିକରଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଶୌଚାଳୟ ଉନ୍ନତିକରଣ ସହିତ ସୌନ୍ଦର୍ଯ୍ୟକରଣ କରାଯାଇଛି। ଏହି ବିଦ୍ୟାଳୟର ପୁରାତନ ଛାତ୍ର ତଥା କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଏହି ସ୍କୁଲକୁ ନିଜର ପୌଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ପରେ ଏଥିରେ ମୋ ସ୍କୁଲ ଅଭିଯାନ ଯୋଜନା ମାଧ୍ୟମରେ ପ୍ରାୟ ୮୧ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଯଥା ଅତ୍ୟାଧୁନିକ ଶୌଚାଳୟ, ସୌନ୍ଦର୍ଯ୍ୟପୂର୍ଣ୍ଣ ମୁଖ୍ୟଫାଠକ, ସାଇକଲ ଷ୍ଟାଣ୍ଡ ସହିତ ଆହୁରି ଅନେକ ପ୍ରକଳ୍ପ କାର୍ଯ୍ୟ କରାଯାଇଛି ଏବଂ ଅନେକ କାର୍ଯ୍ୟ ନିର୍ମାଣାଧିନ ରହିଛି। ଜିଲ୍ଲାପାଳଙ୍କ ଉଦ୍ୟମକ୍ରମେ ଏଠାରେ ବିଦ୍ୟାର୍ଥୀଙ୍କୁ ଘୋଡାଚାଳନା ତାଲିମ ଓ ହକି ଖେଳ ତାଲିମ ଦେବାଲାଗି ପଦକ୍ଷେପ ନିଆଯାଉଛି। ୮୫ବର୍ଷରୁ ଉର୍ଦ୍ଧ ପୁରାତନ ଏହି ବିଦ୍ୟାଳୟର ରୂପାନ୍ତରୀକରଣ ପରେ ଯେପରି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଛି, ତା ସହିତ ପିଲାମାନେ କଳାପଟା ପରିବର୍ତ୍ତେ ଏବେ ସ୍ମାର୍ଟ ବୋର୍ଡରେ ଏବଂ ଇଣ୍ଟରନେଟ୍‍ ମାଧ୍ୟମରେ ଡିଜିଟାଲ ବୋର୍ଡରେ ଶିକ୍ଷାଗ୍ରହଣ କରିବେ, ଇ-ଗ୍ରନ୍ଥାଗାରରେ କମ୍ପ୍ୟୁଟର ମାଧ୍ୟମରେ ସବୁ ପ୍ରକାରର ପୁସ୍ତକ ପଢିପାରିବେ ଏ ସବୁକୁ ନେଇ ବିଦ୍ୟାର୍ଥୀ ଏବଂ ଅଭିଭାବକ ମହଲରେ ଏକ ନୂତନ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ହୋଇଛି। ଆଗାମୀ ଦିନରେ ଏହି ରୂପାନ୍ତରିତ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ପିଲାମାନେ ଓ ସେମାନଙ୍କର ଅଭିଭାବକମାନେ ନିଶ୍ଚୟ ଆଗ୍ରହ ପ୍ରକାଶ କରିବେ ବୋଲି ଶିକ୍ଷାବିତ୍‍ମାନେ ଆଶା ପ୍ରକାଶ କରିଛନ୍ତି।

ଆଭାସୀ କାର୍ଯ୍ୟକ୍ରମ ଜରିଆରେ ସନ୍ଧ୍ୟାରେ ଆୟୋଜିତ ଏହି ଉଦ୍‍ଘାଟନୀ କାର୍ଯ୍ୟକ୍ରମକୁ ବିଶ୍ୱନାଥ ବିଦ୍ୟାପୀଠ ପରିସରରେ ଏଲସିଡି ମାଧ୍ୟମରେ ଶତାଧିକ ଲୋକ ଦେଖିଥିଲେ। ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ, ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ସୁଚିତ୍ରା ସାହୁ ଓ ରମେଶ ଚନ୍ଦ୍ର ଘଡାଇ ପ୍ରମୁଖ ତିନି ପୂର୍ବତନ ନଗରପାଳଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ବହୁ ପୁରାତନ ଛାତ୍ର, ଅଭିଭାବକ, ଛାତ୍ର, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସାଧାରଣ ଲୋକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories