www.samajalive.in
Monday, December 15, 2025
17.1 C
Bhubaneswar

ପୁଲିସ ଗୃହ ନିର୍ମାଣ ନିଗମ ଉପପ୍ରବନ୍ଧକ ପ୍ରତାପ ନିଲମ୍ବିତ

ଭୁବନେଶ୍ବର : ଦୁର୍ନୀତି ନିବାରଣ ହାତରେ ଧରାପଡିଥିବା ରାଜ୍ୟ ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ(ଓପିଏଚଡବ୍ଲ୍ୟୁସି)ର ଉପ ପ୍ରବନ୍ଧକ ପ୍ରତାପ ସାମଲଙ୍କୁ ଗୁରୁବାର ନିଲମ୍ବନ କରାଯାଇଛି। ଓପିଏଚ୍‌ଡବ୍ଲ୍ୟୁସିର ପରିଚାଳନା ନିର୍ଦେଶକ ସଞ୍ଜୀବ ପଣ୍ଡାଙ୍କ ନିର୍ଦେଶକ୍ରମେ ଉପସାଧାରଣ ପ୍ରବନ୍ଧକ(ପ୍ରଶାସନ) ନିଲମ୍ବନ କରିଛନ୍ତି। ପ୍ରତାପ କାରାଗାରରୁ ଫେରିବା ପରେ ଓପିଏଚ୍‌ଡବ୍ଲ୍ୟୁସିର କଟକସ୍ଥିତ ପ୍ରକଳ୍ପ ନିର୍ଦେଶକଙ୍କ ନିକଟରେ କାର୍ଯ୍ୟ କରିବେ। ବିନା ଅନୁମତିରେ ମୁଖ୍ୟାଳୟ ଛାଡି ସେ କେଉଁଆଡେ ଯାଇପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି।
ଦୀର୍ଘ ୨୨ ଘଣ୍ଟାର ତନାଘନା ପରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଶ୍ରୀ ସାମଲଙ୍କ ୧୪ କୋଟି ୮୮ ଲକ୍ଷ ୯୧ ହଜାର ୧୯୪ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା। ଯାହା ତାଙ୍କ ଆୟର ୧୦ ଗୁଣରୁ ଅଧିକ େବାଲି ବିଭାଗ ଆକଳନ କରିଛି। ଶ୍ରୀ ସାମଲ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୧‌େର ତାଙ୍କୁ ଦାୟିତ୍ବହୀନତା ପାଇଁ ନିଲମ୍ବନ କରାଯାଇଥିଲା। ଏହାକୁ ମିଶାଇ ୪ ଥର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା।
୨୦୦୧ରେ ବାଲେଶ୍ବର ଓ ଭଦ୍ରକ ଜିଲାରେ ସିମୁଳିଆ ଓ ସୋରଠାରେ ବିଶ୍ରାମକକ୍ଷ ଓ ଶୌଚାଳୟ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଥିବା ନେଇ ଅଭିଯୋଗ ଆସିଥିଲା। ସେ ଉକ୍ତ ପ୍ରକଳ୍ପର ସହକାରୀ ପ୍ରକଳ୍ପ ଅଧିକାରୀ ଥିଲେ। ୨୦୦୬ରେ ମୁଖ୍ୟଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ପାଇଁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ସେହିପରି ୨୦୧୭ରେ ଭବାନୀପାଟଣା ଉପଖଣ୍ଡ ଅଧୀନ ବଲାଙ୍ଗୀର ଉପପ୍ରବନ୍ଧକ ଥିବାବେଳେ ନୟାଗଡ଼ ଜିଲା ଖଣ୍ଡପଡା ଥାନାର ନିର୍ମାଣ ସାମଗ୍ରୀ ସ୍ଥାନାନ୍ତର ସମୟରେ ହିସାବ ମିଳୁ ନ ଥିବାରୁ ତାଙ୍କ ଦରମାରୁୁ ଟଙ୍କା କଟାଯାଇଥିଲା। ୨୦୧୬ରେ ଜାମୁଝରିଠାରେ ନିର୍ମାଣ ହୋଇଥିବା କାରାଗାର ଏକାଡେମୀର ବେଆଇନ୍ ନିର୍ମାଣ ଯୋଗୁଁ ୧ କୋଟି ୯୪ ଲକ୍ଷ ଟଙ୍କା କ୍ଷତି ହୋଇଥିଲା। ଦ୍ବିତୀୟ ମହଲାରେ ବେଆଇନ୍ ଭାବେ ମହିଳା ଛାତ୍ରାବାସ ନିର୍ମାଣ ହେବା ଫଳରେ ଏହି କ୍ଷତି ହୋଇଥିଲା। ଏନେଇ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଶ୍ରୀ ସାମଲ୍‌ଙ୍କ କାର୍ଯ୍ୟକଳାପ ଉପରେ ବିଭାଗର ସନ୍ଦେହ ସୃଷ୍ଟି ହେବାରୁ ଦୁର୍ନୀତି ନିବାରଣ ବିଭାଗକୁ ସୁପାରିସ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories