ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ନିକଟସ୍ଥ ବୈତରଣୀ ନଦୀରେ ଗାଧୋଇବା ସମୟରେ ଆଜି ଜଣେ ଟ୍ରକ ଚାଳକଙ୍କ ଟଙ୍କା ସହ ମୋବାଇଲ୍ ଥିବା ଝୁଲା ଲୁଟି ନେଇ ଆଖି ପିଛୁଳାକେ ଚମ୍ପଟ ମାରିଛି ଦୁବୃର୍ତ୍ତ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନାଲଗୁଣ୍ଠା ଗ୍ରାମର ଅକ୍ଷୟ କୁମାର ସେଠୀ ନାମକ ଜଣେ ଟ୍ରକ ଚାଳକ ବୋକାରୋ ଲୁହାପଥର ଖାଲି କରି ଫେରିବା ରାସ୍ତାରେ ତୁରୁମୁଙ୍ଗା ନିକଟସ୍ଥ ବୈତରଣୀ ନଦୀ ନିକଟରେ ଗାଡି ରଖି ଝୁଳରେ ସମସ୍ତ ସାମଗ୍ରୀ ନେଇ ନଦୀ କୂଳରେ ରଖିବା ସହ ନଦୀ ଭିତରକୁ ଗାଧୋଇବା ପାଇଁ ଯାଇଥିବା ସମୟରେ କୈାଣସି ଦୁବୃର୍ତ୍ତ ତାଙ୍କ ମୋବାଇଲ, ଡିଏଲ ଓ ୩ ହଜାର ଟଙ୍କା ଥିବା ଝୁଲା ଲୁଟି ନେଇ ଆଖି ପିଛୁଳାକେ ଚମ୍ପଟ ମାରିଛି। ଏନେଇ ଟ୍ରକ୍ ଚାଳକ ଅକ୍ଷୟ ସେଠୀ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Popular Categories



