www.samajalive.in
Sunday, December 7, 2025
26.1 C
Bhubaneswar

ତୁଷୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଗୁଡ଼ଭେଳା: ତୁଷୁରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ରଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଡାକ୍ତର ନିଜେ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଡାକ୍ତର ସୂର୍ଯ୍ୟକାନ୍ତ ତୁଷୁରା ଡାକ୍ତରଖାନା ପରିସରରେ ଥିବା ବାସଭବନରେ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଯିଏକି ବଲାଙ୍ଗୀର ତୁଳସୀନଗର ପଡାର ଜଣେ ଖବରକାଗଜ ସମ୍ପାଦକ ବୋଲି ପରିଚୟ ଦେଇ ଡାକ୍ତରଙ୍କ ସହ ଆଲୋଚନା କରି କୋଡିଏ ହଜାର ଚାନ୍ଦା ମାଗିଥିଲେ ବୋଲି ଡାକ୍ତର ସୂର୍ଯ୍ୟକାନ୍ତ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଡାକ୍ତର ଓ ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିସହ ଟଙ୍କା ଦେବାର ଅଛି ଦିଅ ନ ଦେଲେ ତୋର କଳାକାରନାମା ବାହାର କରିଦେବୁ ବୋଲି ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ ଯେ, ବିଭିନ୍ନ ସମୟରେ ତୁଷୁରା ଡାକ୍ତରଖାନା ଅଞ୍ଚଳରେ କୁଜି ନେତାମାନେ ଚାନ୍ଦା ମାଗୁଛନ୍ତି ବୋଲି କହିଥିଲେ। ହେଲେ କେଉଁ କୁଜି ନେତା କେବେ କାହିଁକି ଚାନ୍ଦା ମାଗୁଛି ସେ ବିଷୟରେ ପୁଲିସରେ ଅଭିଯୋଗ ନ କରିବାରୁ ଡାକ୍ତର କେତେ ସତ କହିଛନ୍ତି ତାକୁ ନେଇ ତୁଷୁରା ସହରରେ ଚର୍ଚ୍ଚା ଲାଗି ରହିଛି। ଏଣୁ ଡାକ୍ତରଙ୍କ କାର୍ୟ୍ୟକଳାପକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଡାକ୍ତରଙ୍କ ଅଭିଯୋଗ ତୁଷୁରା ପୁଲିସ ପାଇବା ପରେ କେସ୍ ନମ୍ବର ୧୬୦/୨୧, ମାମଲା ରୁଜୁ କରି ୪୫୧, ୨୯୪, ୩୮୪, ୩୨୩, ୫୦୬, ୩୪ ଆଇପିସି ଦଫା ଲଗାଇ ସହ ତଦନ୍ତ କରୁଥିବା ତୁଷୁରା ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ କହିଛନ୍ତି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories