www.samajalive.in
Monday, December 15, 2025
14.1 C
Bhubaneswar

ଭାରତୀୟ ଜନତା ପାର୍ଟିର ବର୍ଷିୟାନ ନେତା ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ : ଆଜି ଭାରତୀୟ ଜନତା ପାର୍ଟିର ବର୍ଷିୟାନ ନେତା ତଥା ରାମ ମନ୍ଦିର ରଥ ଯାତ୍ରାର ପ୍ରଣେତା ଲାଲ କୃଷ୍ଣ ଆଡଭାନୀଙ୍କ  ଜନ୍ମଦିନ। ସେ ୯୪ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ପରେ ସେ ଅଭିନନ୍ଦନ ଜଣାଇବା ପାଇଁ ଆଡଭାନୀଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଯୋଗ ଦେଇଥିଲେ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଡଭାନୀଙ୍କ ଜନ୍ମଦିନରେ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ‘ଆଡଭାନୀଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ତାଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି। ଲୋକମାନଙ୍କୁ ସଶକ୍ତିକରଣ ଏବଂ ଆମ ସଂସ୍କୃତିର ଗୌରବକୁ ବୃଦ୍ଧି କରିବା ଦିଗରେ କରିଥିବା ସମସ୍ତ ପ୍ରୟାସ ପାଇଁ ରାଷ୍ଟ୍ର ତାଙ୍କ ନିକଟରେ ଚିରଋଣୀ ରହିବ।
ମୋଦୀ ପ୍ରତିବର୍ଷ ଆଡଭାନୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାନ୍ତି। ଗତ ବର୍ଷ ଅର୍ଥାତ୍ ୨୦୨୦ରେ, ପ୍ରଧାନମନ୍ତ୍ରୀ ମୋଦୀ ଆଡଭାନୀଙ୍କ ଘରେ ପହଞ୍ଚି ତାଙ୍କୁ କେକ୍ ଖୁଆଇଥିଲେ।

- Advertisement -


କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଜନ୍ମଦିନରେ ଏଲ.କେ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି ଯେ ତାଙ୍କର ନିରନ୍ତର ସଂଗ୍ରାମ ମାଧ୍ୟମରେ ବିଜେପିର ଆଦର୍ଶ ଓ ଏହାର ବିଚାରଧାରାକୁ ପ୍ରତ୍ୟେକଙ୍କ ନିକଟରେ ପହଞ୍ଚାଇବା ସହ ସଙ୍ଗଠକୁ ଅଖିଳ ଭାରତୀୟ ସ୍ୱରୂପ ପ୍ରଦାନ କରିବାରେ ଯୋଗଦାନ ଦେଇଥିବା ସଭିଁଙ୍କ ଆଦରଣୀୟ ଏଲ.କେ ଆଡଭାନୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ଆପଣ ସର୍ବଦା ସୁସ୍ଥ ରୁହନ୍ତୁ ଏବଂ ଦୀର୍ଘାୟୁ ହୁଅନ୍ତୁ,ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories