www.samajalive.in
Saturday, December 6, 2025
26.1 C
Bhubaneswar

ବିମୁଦ୍ରାକରଣକୁ ୫ ବର୍ଷ; କେନ୍ଦ୍ର ସରକାରଙ୍କୁ ହିସାବ ମାଗିଲେ ବିରୋଧୀ

ନୂଆଦିଲ୍ଲୀ: ୨୦୧୬ ନଭେମ୍ବର ୮ ତାରିଖରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ କରିଥିଲେ । ଟେଲିଭିଜନରେ ଦେଶବାସୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଅତର୍କିତ ଭାବରେ ଦେଶରେ ସେହି ସମୟରେ ପ୍ରଚଳିତ ଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଆଉ ବୈଧ ମୁଦ୍ରା ଭାବରେ ଗ୍ରହଣୀୟ ହେବନାହିଁ ବୋଲି ଘୋଷଣା କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଦେଶରେ ବିପୁଳ ପରିମାଣର କଳା ଟଙ୍କା କାରବାର ହେଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ବିପୁଳ ଅର୍ଥ ସରକାରୀ ତହବିଲକୁ ଆସିବ । ତାହାସହିତ ବିଦେଶରେ ଥିବା ବିପୁଳ କଳା ଟଙ୍କା ଫେରାଇ ଆଣିବାକୁ ମଧ୍ୟ କେନ୍ଦ୍ର ସରକାର ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କର ଏଭଳି ଘୋଷଣା ପରେ ଦେଶବାସୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଯାହା ପାଖରେ ଏହି ପୁରୁଣା ନୋଟ ଥିଲା ସେମାନେ ତାହା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବ୍ୟାଙ୍କରେ ଜମାଦେବାକୁ ଧାଡି ଲଗାଇଥିଲେ । ତାହାପରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରଚଳନ କରାଯାଇଥିବା ନୂଆ ନୋଟ ନେବାକୁ ମଧ୍ୟ ବ୍ୟାଙ୍କ ଶାଖା ଏବଂ ଏଟିଏମଗୁଡିକ ଆଗରେ ସୁଦୀର୍ଘ ଧାଡି ଲାଗିଲା । ଲୋକେ ନିଜର ଦୈନନ୍ଦିନ ଖର୍ଚ୍ଚ ପାଇଁ ସାମାନ୍ୟ କିଛି ଟଙ୍କା ଉଠାଇବାକୁ ଏଟିଏମଗୁଡିକ ଆଗରେ ଦୀର୍ଘ ସମୟ ଛିଡାହୋଇ ରହିଲେ । ପରିସ୍ଥିତି ଏଭଳି ହୋଇଥିଲା ଯେ ଧାଡିରେ ଛିଡା ହୋଇଥିବା କିଛି ବରିଷ୍ଠ ନାଗରିକଙ୍କର ମୃତ୍ୟୁ ଘଟିଥିଲା । ତେବେ ଏଭଳି ଏକ ପଦକ୍ଷେପ ଦ୍ୱାରା ଦେଶର କି ଲାଭ ହେଲା ତାହାକୁ ସରକାର ଦେଶବାସୀଙ୍କ ସମ୍ମୁଖରେ ସ୍ପଷ୍ଟ କଲେନାହିଁ । ସେହି ବିମୁଦ୍ରାକରଣକୁ ୫ ବର୍ଷ ପୂରଣ ହୋଇଥିବାବେଳେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ । ସେ ହିନ୍ଦୀରେ ଟ୍ୱିଟ କରି କହିଛନ୍ତି, ସେତେବେଳେ ସରକାରଙ୍କର ବିମୁଦ୍ରାକରଣ ଯଦି ସଫଳ ହୋଇଥିଲା ତେବେ ଦୁର୍ନୀତିରେ କାହିଁକି ପରିସମାପ୍ତି ଘଟିଲ ନାହିଁ? ବିଦେଶରେ ଜମା ଥିବା କଳା ଟଙ୍କା ଦେଶକୁ କାହିଁକି ଫେରିଲା ନାହିଁ? କାହିଁକି ଭାରତ ନଗଦ ଦେଣନେଣ ବିହୀନ ଅର୍ଥନୀତିରେ ପରିଣତ ହୋଇପାରିଲା ନାହିଁ । ଆତଙ୍କବାଦର ମୂଳୋତ୍ପାଟନ କାହିଁକି ହେଲାନାହିଁ ଏବଂ ସରକାର କାହିଁକି ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିପାରୁନାହାନ୍ତି? ଏହିସବୁ ବିଷୟରେ ସେ କେନ୍ଦ୍ର ସରକାରଙ୍କୁ ହିସାବ ମାଗିଛନ୍ତି । ସେହିଭଳି କଂଗ୍ରେସ ନେତା ଶଶି ଥରୁର ବିମୁଦ୍ରାକରଣକୁ ଏକ ‘ଭୁଲ ଚିନ୍ତନ ଏବଂ ଅତ୍ୟନ୍ତ ନିମ୍ନ ଢଙ୍ଗରେ କାର୍ଯ୍ୟକାରୀ କରାଯାଇଥିବା ନିଷ୍ପତ୍ତି’ ବୋଲି କହିଛନ୍ତି । ସିପିଆଇ(ଏମ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ମଧ୍ୟ ସରକାରଙ୍କର ଏହି ପଦକ୍ଷେପକୁ ନେଇ ପ୍ରଶ୍ନ କରିବା ସହିତ ଏହା ଅଣଆନୁଷ୍ଠାନିକ କ୍ଷେତ୍ରକୁ ଧୂଳିସାତ କରିଦେଇଥିବା କହିଛନ୍ତି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories