www.samajalive.in
Monday, December 15, 2025
14.1 C
Bhubaneswar

୮ ୱିକେଟ୍‌ରେ ଆଫ୍‌ଗାନିସ୍ତାନ୍‌କୁ ହରାଇଲା ନ୍ୟୁଜିଲାଣ୍ଡ, ଟି-୨୦ ବିଶ୍ବକପରେ ଶେଷ ହେଲା ଭାରତର ଅଭିଯାନ

ଆବୁଧାବି: ଆଫଗାନିସ୍ତାନ ଠାରୁ ନ୍ୟୁଜିଲାଣ୍ଡ ଜିତିବା ପରେ ବାଦ ପଡ଼ିଲା ଭାରତ। ଚଳିତ ଟି-୨୦ ବିଶ୍ବକପରେ ଶେଷ ହେଲା ଭାରତର ଅଭିଯାନ। ୧୨୫ ରନର ସହଜ ଟାର୍ଗେଟକୁ ୨ ୱିକେଟ ହରାଇ ବିଜୟ ହାସଲ କଲା ନ୍ୟୁଜିଲାଣ୍ଡ। ବିଜୟ ସହ ସେମି ଫାଇନାଲକୁ ଗଲା ନ୍ୟୁଜିଲାଣ୍ଡ। ଗ୍ରୁପ ୨ରୁ ପାକିସ୍ତାନ ସହ ସେମିକୁ ଗଲା ନ୍ୟୁଜିଲାଣ୍ଡ। ଆସନ୍ତାକାଲି ଭାରତ ଗ୍ରୁପ ମ୍ୟାଚରେ ନାମିବ୍ୟାକୁ ଭେଟିବ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପୁରୁଷ ଟି-୨୦ ବିଶ୍ୱକପ୍‌ର ଅନ୍ୟତମ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରବିବାର ଆଫ୍‌ଗାନିସ୍ତାନକୁ ନ୍ୟୁଜିଲାଣ୍ଡ ୮ ୱିକେଟ୍‌ରେ ପରାସ୍ତ କରିଛି। ଏଥି ସହିତ ନ୍ୟୁଜିଲାଣ୍ଡ ୪ର୍ଥ ଟିମ୍‌ ଭାବେ ଚଳିତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍‌କୁ ପ୍ରବେଶ କରିଛି। ପୂର୍ବରୁ ପାକିସ୍ତାନ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସେମିଫାଇନାଲରେ ପହଞ୍ଚି ସାରିଛନ୍ତି। ଗ୍ରୁପ-୨ର ସୁପର-୧୨ ମୁକାବିଲାରେ ନ୍ୟୁଜିଲାଣ୍ଡ ଓ ଆଫ୍‌ଗାନିସ୍ତାନ ମୁହାଁମୁହିଁ ହୋଇଥିଲେ। ଆଫ୍‌ଗାନିସ୍ତାନ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ୨୦ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ ୧୨୪ ରନ୍‌ କରିଥିଲା। ଫଳରେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୨୫ ରନ୍‌ର ଲକ୍ଷ୍ୟ ମିଳିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories