www.samajalive.in
Sunday, December 14, 2025
23.1 C
Bhubaneswar

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ସରଗରମ ହେବାରେ ଲାଗିଛି ରାଜନୈତିକ ବାତାବରଣ, ବଢୁଛି ଆଶାୟୀଙ୍କ ତାଲିକା

ରେଙ୍ଗାଲି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣର ଚୂଡାନ୍ତ ତାଳିକା ପ୍ରକାଶ ପାଇବା ପରେ ରେଙ୍ଗାଲି ବ୍ଳକର ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । ଜିଲା ପରିଷଦ ,ସମିତି ସଭ୍ୟ, ସରପଞ୍ଚ ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ଏବେଠାରୁ ପ୍ରସ୍ତୁତି ଚଳାଇଛନ୍ତି। ଜିଲା ପରିଷଦ ସଭ୍ୟରେ ପ୍ରାର୍ଥୀ ହେବା ପାଇଁ ବିଜେଡି ଏବଂ ବିଜେପିରେ ଆଶାୟୀଙ୍କ ଲମ୍ବା ତାଳିକା ବଢୁଛି। ତେବେ କଂଗ୍ରେସ ଦଳରେ କିଏ ପ୍ରାର୍ଥୀ ହେବ ତାହାଜଣା ପଡୁନାହିଁ। ସମିତି ସଭ୍ୟ ପଦ ପାଇଁ ପ୍ରତି ପଞ୍ଚାୟତରେ ବିଜେଡି ଏବଂ ବିଜେପି ଦଳରୁ ଏକାଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା ପାଇଁ ଅଣ୍ଟା ଭିଡୁଥିବା ଜଣାପଡିଛି। ବିଜେଡି ଏବଂ ବିଜେପି ଦଳରୁ ଟିକେଟ୍ ପାଇବାକୁ ଆଶାୟୀ ପ୍ରାର୍ଥୀମାନେ ଉଦ୍ୟମ ଜାରି ରଖିଛନ୍ତି। ବିଜେପି ଅପେକ୍ଷା ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବେଶୀ ଜଣଉାପଡୁଛି।
କଂଗ୍ରେସ ଆଶାୟୀ ପ୍ରାର୍ଥୀ ନିରବ ରହୁ ଥିବାରୁ ଜିଲା ପରିଷଦ ଏବଂ ବ୍ଳକରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଏଥର ବିଜେଡି ବିଜେପି ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି ଅନୁମାନ କରାଯାଉଛି। କଂଗ୍ରେସ ଏବଂ କମ୍ୟୁନିଷ୍ଟ ମଧ୍ୟରେ ମେଣ୍ଟହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଆଲୋଚନା ଚାଲିଥିବା ଚର୍ଚ୍ଚା ହେଉଥିବାରୁ ନିର୍ବାଚନ ଗଣିତ ଓଲଟପାଳଟ ତଥା ଜଟିଳ ହୋଇ ଏହା ନିର୍ଣାୟକ ଭୂମିକା ଗ୍ରହଣ କରିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories