www.samajalive.in
Sunday, December 7, 2025
14.1 C
Bhubaneswar

ସାରା ବିଶ୍ବ ପାଇଁ ସୁରକ୍ଷିତ କୋଭାକ୍ସିନ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ବୁଧବାର ଭାରତରେ ଉତ୍ପାଦିତ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି। ‘ହୁ’ ଅଧିକାରୀମାନେ ଅକ୍ଟୋବର ୨୬ରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଉପରେ ଏକ ସମୀକ୍ଷା ବୈଠକ କରିଥିଲେ ଏବଂ ଏହି ଟିକା ବିଷୟରେ ଅଧିକ ବିବରଣୀ ଦେବାକୁ କମ୍ପାନୀକୁ ଅନୁରୋଧ କରାଯାଇଥିଲା। ବର୍ତ୍ତମାନ ଏହି ଟିକା ସାରା ବିଶ୍ବ ପାଇଁ ସୁରକ୍ଷିତ ବୋଲି ମାନ୍ୟତା ପାଇଛି ।

ଅନୁମୋଦନ ଉପରେ କ’ଣ କହିଲା ‘ହୁ’ ?

- Advertisement -

‘ହୁ’ର ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ସହ ସମଗ୍ର ବିଶ୍ୱରୁ ଅନେକ ନିୟାମକ ବିଶେଷଜ୍ଞ  କୋଭାକ୍ସିନକୁ ଅନୁମୋଦନ କରିଛନ୍ତି। ସେମାନଙ୍କ ତରଫରୁ ଏକ ସମୀକ୍ଷା ପରେ କୁହାଯାଇଥିଲା ଯେ କରୋନା ଭୁତାଣୁରୁ ରକ୍ଷା କରିବାରେ କୋଭାକ୍ସିନ୍ ‘ହୁ’ର ମାନକ ପୂରଣ କରୁଛି। କରୋନା ଦ୍ବାରା ସୃଷ୍ଟି ହେଉଥିବା ବିପଦ ଉପରେ କୋଭାକ୍ସିନ ବେଶ ପ୍ରଭାବଶାଳୀ। ତେଣୁ ଏହି ଟିକା ସାରା ବିଶ୍ୱରେ ବ୍ୟବହାର କରାଯାଇପାରିବ।

‘ହୁ’ର  ଷ୍ଟ୍ରାଟେଜିକ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଏକ୍ସପର୍ଟ ଅଫ୍ ଇମ୍ୟୁନାଇଜେସନ୍ (SAGE) ଦ୍ୱାରା କୋଭାକ୍ସିନ୍ ଟିକାର ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ବିଶେଷଜ୍ଞ ଗୋଷ୍ଠୀ ଚାରି ସପ୍ତାହ ବ୍ୟବଧାନରେ ୧୮ ବର୍ଷରୁ ଅଧିକ ଲୋକଙ୍କୁ କୋଭାକ୍ସିନ୍ ଦେବାର ପଦ୍ଧତିକୁ ଅନୁମୋଦନ କରିଛନ୍ତି।

ଭାରତ ବାୟୋଟେକରୁ ନିଆଯାଇଥିଲା ଟିକା ସହ ଜଡିତ ଅତିରିକ୍ତ ସୂଚନା

ଏହାପୂର୍ବରୁ ‘ହୁ’ର  ମୁଖପାତ୍ର କହିଥିଲେ ଯେ ଯଦି କମିଟି ସନ୍ତୁଷ୍ଟ ହୁଏ ତେବେ ୨୪ଘଣ୍ଟା ମଧ୍ୟରେ ଭାରତର ଏହି ଟିକାକୁ ଅନୁମୋଦନ ମିଳିବ । ‘ହୁ’ର  ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ଭରତ ବାୟୋଟେକ୍ ଠାରୁ ଅତିରିକ୍ତ ସୂଚନା, ଟୀକାକରଣ ଦ୍ବାରା ସର୍ବଶେଷ ବିପଦ-ଉପକାର ମୂଲ୍ୟାଙ୍କନ ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରିଥିଲେ।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories