www.samajalive.in
Monday, December 15, 2025
14.1 C
Bhubaneswar

ମା ଦକ୍ଷିଣକାଳୀଙ୍କ କାଳୀ ପୂଜା ; ପ୍ରଶାସନ ପକ୍ଷରୁ ୧୪୪ ଧାରା, ଭକ୍ତଙ୍କ ଦର୍ଶନ ଉପରେ କଟକଣା

ସାକ୍ଷୀଗୋପାଳ : ଆଜି କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି। ଏହି ପବିତ୍ର ଅବସରରେ ସତ୍ୟବାଦୀ ଥାନା ଅନ୍ତର୍ଗତ ବୀର ଗୋବିନ୍ଦ ପୁରସ୍ଥିତ ପ୍ରସିଦ୍ଧ ବାମାବର୍ତ୍ତୀ ବଙ୍ଗୀୟ ତନ୍ତ୍ରପୀଠ ମା ଦକ୍ଷିଣ କାଳୀଙ୍କ ପୀଠରେ ପବିତ୍ର କାଳୀପୂଜା ଅନୁଷ୍ଠିତ ହେବ। ବର୍ଷସାରା ଏହି ପୀଠରେ ମା ଦକ୍ଷିଣ କାଳୀଙ୍କ ପଟ୍ଟି ପୂଜା ହୋଇଥାଏ। ବର୍ଷକରେ ଏହି ପବିତ୍ର ଅବସରରେ ମାଙ୍କ  ପୀଠରେ ମା ଦକ୍ଷିଣ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଅନୁଷ୍ଠିତ ହୁଏ । ମା’ ଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରଶାସନ ତରଫରୁ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମା’ଙ୍କ ପୀଠରେ ୧୪୪ ଧାରା ଜାରି କରା ଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ କଟକଣା ଜାରି ହୋଇଛି । ତେଣୁ ମା’ଙ୍କ ପୂଜା ପାରମ୍ପରିକ ରୀତିରେ ଅନୁଷ୍ଠିତ ହେବ।

ଚଳିତ କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥି ଅବସରରେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ନିମନ୍ତେ କାଳୀକା ପଡିଆରେ ମାଟି ଅନୁକୂଳ ହୋଇଥିଲା। ନିକଟସ୍ଥ ଦାଣ୍ଡ ସାହିର ପୂର୍ଣଚନ୍ଦ୍ର ମହାରଣାଙ୍କ ସମେତ ୩ ଜଣ ମା ଦକ୍ଷିଣକାଳୀ ଓ ମହାଦେବଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥିଲେ। ଆଜି ଅର୍ଥାତ ୩ ତାରିଖ ଅପରାହ୍ନରେ ମା ଓ ମହାଦେବଙ୍କ ମୂର୍ତ୍ତିରେ ମସ୍ତକ ସଂଯୋଗ ହୋଇଥିଲା। ରାତ୍ର ସମୟରେ ମାଟି ନିର୍ମିତ ଅଳଙ୍କାର ଲାଗି ହୋଇଥିଲା। ମଧ୍ୟ ରାତ୍ରରେ ଭୋଗ ପରେ ପହୁଡ଼ ହୋଇଥିଲା।
ପୀଠରେ ମୁରୁଜ ପଡିବା ପରେ ମାଙ୍କର ମୃଣ୍ମୟୀ ମୂର୍ତ୍ତି ଆସ୍ଥାନରେ ବିଜେ କରିବେ। ମଧ୍ୟ ରାତ୍ରରେ ଘଟ ଆନୟନ, ଘଟ ସ୍ଥାପନ, ଘଟ ପୂଜା, ସଂସ୍କାର, ଚକ୍ଷୁଦାନ, କୁସ୍ମାଣ୍ଡ ବଳି, ଜୀବନ୍ୟାସ, ଷୋଡଶ ଉପଚାର ପୂଜା ଵିଧି, କୋଠ ଭୋଗ, କୋଟି ଯୋଗିନୀ ପୂଜା, ବଳୀ, ବଳୀ ଧୂପ, ବଡ଼ ସିଂହାର ବେଶ, ପହୁଡ଼, ଶାନ୍ତି ହୋମ ଓ ପୀଠ ବିସର୍ଜନ ଅନୁଷ୍ଠିତ ହେବ। ୫ ତାରିଖ ପ୍ରତ୍ୟୁଷରୁ ଭକ୍ତ ଓ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ମନ୍ଦିର ସାହାଣ ମେଲା କରାଯିବ। ତେବେ ପ୍ରଶାସନ ତରଫରୁ ୧୪୪ଧାରା ଜାରି ଯୋଗୁ ଭକ୍ତ ଓ ସର୍ବସାଧାରଣଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ବନ୍ଦ ରହିବ ।
ମା ଦକ୍ଷିଣକାଳୀଙ୍କ ଅନ୍ୟ ୨ ଭଉଣୀ ସମଜାଜ ପୁରର ମା ଉଗ୍ରତାରା ଓ ବୀର ପ୍ରତାପ ପୁରର ମା କାମରୁପାଙ୍କ ପୀଠରେ ମଧ୍ୟ ସମାନ ଧରଣର ପୂଜା ନୀତି ଅନୁଷ୍ଠିତ ହେବ।  ପ୍ରଶାସନ ତରଫରୁ ଏହି ପୀଠ ଦ୍ବୟରେ ମଧ୍ୟ ସମାନ ଧରଣର କଟକଣା ଜାରି ହୋଇଅଛି।  ୫ ତାରିଖ ମଧ୍ୟ ରାତ୍ରରେ ମା ଦକ୍ଷିଣକାଳୀ  ନିରାଡ଼ମ୍ବର ଭାବରେ ବିସର୍ଜନ ନିମନ୍ତେ ବାହାରିବେ। ମାଙ୍କର ଅନ୍ୟ ୨ ଭଉଣୀ ସମଜାଜପୁରର ମା ଉଗ୍ରତାରା ଓ ବୀର ପ୍ରତାପପୁରର ମା କାମରୂପା ଏକ ମିଳିତ ଶୋଭାଯାତ୍ରାରେ ଯାଇ ଭଗବାନପୁର ଗ୍ରାମ ନିକଟରେ ଭାର୍ଗବୀ ନଦୀର କାଳୀ ଘାଟରେ ପହଞ୍ଚିବେ। ସେଠାରେ ପଣା ପୂଜା ପରେ ମା ଙ୍କୁ ଭାର୍ଗବୀ ନଦୀରେ ବିସର୍ଜନ କରାଯିବ।
ପୂର୍ବେ ଏଠାରେ କାଳୀ ପୂଜା ନ ଥିଲା। ତତ୍କାଳୀନ ବଙ୍ଗୀୟ ନବାବଙ୍କ ଶାସନ ସମୟରେ ଉତ୍ପୀଡ଼ନର ଶିକାର ହୋଇ ଭଗବାନ ଚକ୍ରବର୍ତ୍ତୀ ନାମକ ବଙ୍ଗୀୟ ପରିବାର ଏଠାକୁ ଚାଲି ଆସିଥିଲେ। ସେମାନେ ୩ ଭାଇ ଥିଲେ। ମା’ କାଳୀ ସେମାନଙ୍କ ଗୃହ ଦେବତା  ଥିଲେ। ୩ ଭାଇ ଏହି ତିନୋଟି ଗ୍ରାମରେ ରହିଥିଲେ। ସେମାନେ ଏଠାରେ କାଳୀ ପୂଜା ଆରମ୍ଭ କରିଥିଲେ। ସେବେଠାରୁ ଏହି ୩ ଗ୍ରାମରେ କାଳୀ ପୂଜା ଚାଲିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories