www.samajalive.in
Sunday, December 14, 2025
17.1 C
Bhubaneswar

ଶ୍ରୀନଗର-ଶାରଜାହ ବିମାନ ନିଜ ରାଷ୍ଟ୍ର ଉପରେ ଉଡିବାକୁ ଅନୁମତି ଦେଲାନାହିଁ ପାକିସ୍ତାନ

ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇ ପାକିସ୍ତାନ ସରକାର ଶ୍ରୀନଗରରୁ ଶାରଜାହକୁ ସିଧା ଯାଉଥିବା ବିମାନଗୁଡିକ ପାକିସ୍ତାନ ଆକାଶସୀମା ମଧ୍ୟରେ ଉଡାଣ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନର ଏଭଳି ନିଷ୍ପତ୍ତି ଜମ୍ମୁ କାଶ୍ମୀର ଜନସାଧାରଣଙ୍କ ପାଇଁ ଆର୍ଥିକ କ୍ଷତି ପହଞ୍ଚାଇବା ସହିତ ସେମାନଙ୍କ ପାଇଁ ଯାତ୍ରାସମୟ ବୃଦ୍ଧି ଘଟାଇଛି । ଏହା ଆନ୍ତର୍ଜାତିକ ବିମାନ ଚଳାଚଳ ସଂଗଠନ (ଆଇସିଏଓ) ପ୍ରଥମ ସ୍ୱାଧୀନତାର ଉଲ୍ଲଂଘନ କରୁଥିବା ଜଣାଯାଇଛି । ପାକିସ୍ତାନର ଏଭଳି ନିଷ୍ପତ୍ତି ଦ୍ୱାରା ଏଣିକି ଶ୍ରୀନଗରରୁ ଶାରଜାହ ଅଭିମୁଖେ ଉଡାଣ ଆରମ୍ଭ କରୁଥିବା ବିମାନଗୁଡିକ ରାଜସ୍ଥାନର ଉଦୟପୁର ଏବଂ ଗୁଜରାଟର ଅହମଦାବାଦ ମାର୍ଗରେ ଓମାନ ଉପର ଦେଇ ଉଡାଣ କରିବ । ସେଥିପାଇଁ ଶାରଜାହକୁ ଯାତ୍ରା ସମୟ ପ୍ରାୟ ଦେଢଘଣ୍ଟା ବୃଦ୍ଧିସହିତ ବିମାନ ଭଡା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବାକୁ ଯାଉଛି । ଏ ସମ୍ପର୍କରେ ଭାରତର ବୈଦେଶିକ ବ୍ୟାପାର ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଜଣାଇ ଦିଆଯାଇଛି । ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ପାକିସ୍ତାନର ଏଭଳି ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ହୋଇଛି । କାରଣ କୋଭିଡ ମହାମାରୀର ପ୍ରକୋପ ହ୍ରାସ ପାଇବା ପରେ ଅକ୍ଟୋବର ୨୩ରୁ ବିମାନ ଉଡାଣ ଆରମ୍ଭ ହୋଇଥିଲା ଏବଂ ଅକ୍ଟୋବର ୨୪, ୨୬ ଓ ୨୮ ତାରିଖରେ ବିମାନ ଉଡାଣ କରିବାର ଥିଲା । ଆଇସିଏଓର ପ୍ରଥମ ସ୍ୱାଧୀନତା ଅଧିକାର ବିମାନଗୁଡିକୁ ଯେକୌଣସି ରାଷ୍ଟ୍ର ମଧ୍ୟରେ ଅବତରଣ ନକରି ସେଗୁଡିକର ଆକାଶ ମାର୍ଗରେ ଚଳାଚଳ କରିବାର ଅଧିକାର ପ୍ରଦାନ କରିଛି । କିନ୍ତୁ ପାକିସ୍ତାନର ଏଭଳି ଅତର୍କିତ ନିଷ୍ପତ୍ତି କାଶ୍ମୀରବାସୀଙ୍କ ପାଇଁ ବୃହତ ସମସ୍ୟା ସୃଷ୍ଟି କରିବାକୁ ଯାଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories