www.samajalive.in
Friday, December 12, 2025
16.1 C
Bhubaneswar

ଡେଙ୍ଗୁ ଆତଙ୍କ: ଜମ୍ମୁ କାଶ୍ମୀର, ହରିଆଣା ଓ ଅନ୍ୟ ୬ ରାଜ୍ୟକୁ ଗଲେ କେନ୍ଦ୍ରୀୟ ଦଳ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଡେଙ୍ଗୁ କାୟା ବିସ୍ତାର କରୁଥିବାବେଳେ ତାହାକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଶେଷଜ୍ଞ ଦଳଙ୍କୁ ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଯାଇଛି । ଏହି ଦଳଗୁଡିକ ସେଠାରେ ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ବୈଷୟିକ ସହାୟତା ପ୍ରଦାନ କରିବା ସହିତ ଜନସ୍ୱାସ୍ଥ୍ୟ ପଦକ୍ଷେପକୁ ତ୍ୱରାନ୍ୱିତ କରିବାରେ ମାର୍ଗଦର୍ଶନ କରିବେ । ସଂପ୍ରତି ହରିଆଣା, ପଞ୍ଜାବ, କେରଳ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଏବଂ ଜମ୍ମୁ କାଶ୍ମୀର ଆଦି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଉଛି । ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏବଂ ନ୍ୟାସନାଲ ଭେକ୍ଟର ବର୍ଣ୍ଣ ଡିଜିଜ କଂଟ୍ରୋଲ ପ୍ରୋଗ୍ରାମର ଅଧିକାରୀମାନେ ଏହି ବିଶେଷଜ୍ଞ ଦଳରେ ସ୍ଥାନ ପାଇଛନ୍ତି ।
ଏହି ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରମୁଖ ଶାସନ ସଚିବ ଏବଂ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକମାନଙ୍କ ନିକଟକୁ ପଠାଯାଇଥିବା ସରକାରୀ ଚିଠିରେ କୁହାଯାଇଛି ଯେ ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ଥାନୀୟ ସରକାରଙ୍କୁ ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ବୈଷୟିକ ସହାୟତା ଏବଂ ଜନସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ ଦିଗରେ କେନ୍ଦ୍ରୀୟ ଦଳ ପଠାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ଏହି କେନ୍ଦ୍ରୀୟ ଦଳଗୁଡିକ ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମଶା, ମାଛି ଆଦି ବାହିତ ରୋଗ ନିୟନ୍ତ୍ରଣର ସ୍ଥିତି, ରୋଗ ପରୀକ୍ଷା କିଟ୍‍ ଏବଂ ଔଷଧ ଉପଲବ୍ଧତା, ଶୀଘ୍ର ନିରୂପଣ, କୀଟନାଶକର ଉପଲବ୍ଧତା ଏବଂ ବ୍ୟବହାର, ଲାର୍ଭା ନିରୋଧୀ ଏବଂ ବୟସ୍କ ମଶା ବିଲୋପକାରୀ ପଦକ୍ଷେପ ଆଦିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି । ଏଥିସହିତ ସେମାନେ ସେଠାରେ ଯାହା ଲକ୍ଷ୍ୟକଲେ ସେ ସମ୍ପର୍କରେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories