www.samajalive.in
Saturday, December 13, 2025
23.1 C
Bhubaneswar

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ରଣନୀତି

ଭୁବନେଶ୍ବର : ଦୀର୍ଘ ଦିନର ବ୍ୟବଧାନ ପରେ ଶାସକ ଦଳ ବିଜେଡି ତା’ର ଆଭିମୁଖ୍ୟ ପରିବର୍ତ୍ତନ କରିବ। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ତୃଣମୂଳ ସ୍ତରରୁ ଦଳକୁ ସଙ୍ଗଠିତ କରିବାକୁ ଦଳ ଯୋଜନା କରିଛି। ଆଗାମୀ ଦିନରେ ଦରଦାମ୍‌ ବୃଦ୍ଧି ଭଳି ପ୍ରସଙ୍ଗକୁ ନେଇ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ ଦଳ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଆନ୍ଦୋଳନର ନେତୃତ୍ଵ ନେବ। ନିକଟରେ ପୁରୀରେ ଅନୁଷ୍ଠିତ ଯୁବ-ଛାତ୍ର ପ୍ରଶିକ୍ଷଣ ଶିବିରରେ ଦଳର ଶୀର୍ଷ ନେତୃତ୍ବ ଏନେଇ ପରୋକ୍ଷରେ ସଙ୍କେତ ଦେଇଥିବାବେଳେ ଏବେ ସାଙ୍ଗଠନିକ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟର ସବୁ ତେଲ ଟାଙ୍କି ସମ୍ମୁଖରେ ଆସନ୍ତା ସପ୍ତାହରେ ବିକ୍ଷୋଭ କରିବେ। ପ୍ରତି ନିର୍ବାଚନ ମଣ୍ଡଳୀ ଓ ବ୍ଲକ ସ୍ତରରେ କେନ୍ଦ୍ର ସରକାରଙ୍କୁ ବିରୋଧ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି। ବିଜୁ ଯୁବ ଜନତା ଦଳର ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଦାୟିତ୍ବ ଦିଆଯାଇଛି। ଚଳିତ ପଞ୍ଚାୟତ ନିର୍ବାଚନରେ ଯେଭଳି ଅଧିକ ଯୁବବର୍ଗ ବିଜେଡି ପ୍ରତି ସମର୍ଥନ ଦେବେ ତା’କୁ ଦଳ ପକ୍ଷରୁ ପ୍ରାଥମିକତା ଦିଆଯାଇଛି। ପଞ୍ଚାୟତ ନିର୍ବାଚନର ଯଥେଷ୍ଟ ପୂର୍ବରୁ ଯୁବ ଓ ଛାତ୍ର ଜନତା ଦଳର ନେତାଙ୍କ ଏଥିପାଇଁ ଦାୟିତ୍ଵ ଦିଆଯାଇଛି। ଆନ୍ଦୋଳନ ଜରିଆରେ କେନ୍ଦ୍ର ସରକାରଙ୍କୁ ବିରୋଧ କରିବା ସହ ସଙ୍ଗଠନକୁ ସୁଦୃଢ କରିବାକୁ ଦଳ ଲକ୍ଷ୍ୟ ରଖିଛି ଦଳ।
ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରଥମ ସପ୍ତାହରେ ବିଜେଡି ପକ୍ଷରୁ ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ଧାରଣା ଦେବାକୁ ଯୋଜନା ପ୍ରସ୍ତୁତ ହେଉଛି। ଦଳର ଶୀର୍ଷ ନେତୃତ୍ବଙ୍କୁ ନେଇ ତୁହାକୁ ତୁହା ବୈଠକ ହେଉଥିବାବେଳେ ଆନ୍ଦୋଳନ ପାଇଁ ଶାସକ ଦଳ ସଜବାଜ ହେଉଥିବା ଜଣାପଡ଼ିଛି।
ସେହିପରି ମହିଳା ମତଦାତାଙ୍କୁ ଏକତ୍ର କରିବା ପାଇଁ ଦଳ ରଣନୀତି ପ୍ରସ୍ତୁତ କରିଛି। ମହିଳା ଜନତା ଦଳ ପକ୍ଷରୁ ଖୁବ୍‌ଶୀଘ୍ର ଡାଲି ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ପ୍ରସଙ୍ଗ କରାଯିବ। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବା ସହ ଆନ୍ଦୋଳନକୁ ରାଜ୍ୟରୁ ଜିଲା ଓ ନିର୍ବାଚନମଣ୍ଡଳୀ ସ୍ତର ପର୍ଯ୍ୟନ୍ତ ନେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ବିଜେପି ମମିତା ମେହେର ପ୍ରସଙ୍ଗକୁ ନେଇ ଆନ୍ଦୋଳନକୁ ଜୋରଦାର କରୁଥିବାରୁ ବିଜେଡି ମଧ୍ୟ ତା’ର ରଣନୀତି ପରିବର୍ତ୍ତନ କରିବାକୁ ଦଳର ବହୁ ବରିଷ୍ଠ ନେତା ମତ ଦେଇଥିବା ଜଣାପଡ଼ିଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories