www.samajalive.in
Saturday, December 13, 2025
23.1 C
Bhubaneswar

ବିଜେଡି ଯୁବନେତା ଗିରଫ : ନିଜ ମହାବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କୁ ଆର୍ଥିକ ନିର୍ଯ୍ୟାତନା ଅଭିଯୋଗ

ଗୁଣୁପୁର : ସ୍ଥାନୀୟ ଅଞ୍ଚଳର ଯୁବ ବିଜେଡ଼ି ନେତା ତଥା ଅମୂଲ୍ୟ ଭାରତ କଳା ପରିଷଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ଚୌଧୁରୀଙ୍କୁ ଗୁଣୁପୁର ପୁଲିସ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ତାଙ୍କ ଦ୍ୱାରା ପରିଚାଳିତ ସଙ୍ଗୀତ ମହାବିଦ୍ୟାଳୟରେ ସସ୍ମିତା ପଣ୍ଡା ନାମକ ଜଣେ ମହିଳା ଅନୁଷ୍ଠାନ ସଂଯୋଜିକା ଓ ନୃତ୍ୟ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ। ମାସିକ ୩୦ ହଜାର ଟଙ୍କା ଦରମା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଅତିରିକ୍ତ ୫ ହଜାର ଟଙ୍କା ପାରିଶ୍ରମିକ ଦେବାକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଚୁକ୍ତି କରିଥିଲେ। ଏଥିସହିତ ସ୍ଥାନୀୟ ଅଞ୍ଚଳରେ ଏକ ଭଡାଘର ମଧ୍ୟ ଶିକ୍ଷୟିତ୍ରୀଙ୍କୁ ଯୋଗାଇ ଦିଆଯାଇଥିଲା। ତେବେ ଦୀର୍ଘ ମାସ ଧରି କଲେଜ କର୍ତ୍ତୃପକ୍ଷ ଘରଭଡା ନ ଦେବାରୁ ଘର ମାଲିକ ଘର ଛାଡିବାକୁ ତାଗିଦ କରିଥିଲେ । ଶିକ୍ଷୟିତ୍ରୀ ଜଣକ ଏଠାରେ ଅନୁପସ୍ଥିତ ଥିବା ବେଳେ, ସେ ରହୁଥିବା ଭଡାଘରୁ ଶ୍ରୀ ଚୌଧୁରୀ ଜିନିଷ ପତ୍ର ଖାଲି କରି ଉକ୍ତ ଘର ମାଲିକଙ୍କୁ ଘର ଫେରସ୍ତ କରିଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଇତି ମଧ୍ୟରେ ଶିକ୍ଷୟିତ୍ରୀଙ୍କୁ ୩ ମାସର ଦରମା ମଧ୍ୟ ଦିଆ ଯାଇନଥିବା ଓ ଘରେ ଥିବା ତାଙ୍କର ମୂଲ୍ୟବାନ ସାମଗ୍ରୀ ମିଳୁ ନ ଥିବାରୁ ଗତ ୨୪ ତାରିଖରେ ଗୁଣୁପୁର ଥାନାରେ ଶିକ୍ଷୟିତ୍ରୀ ଜଣକ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଆଧାର କରି ଶୁକ୍ରବାର ପଞ୍ଚାନନ ଚୌଧୁରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories