ଭୁବନେଶ୍ବର : ନଭେମ୍ବର ମାସ ପାଇଁ କେନ୍ଦ୍ର ସରକାର କରୋନା ମାର୍ଗଦର୍ଶିକା ଜାରି କରିଥିବାବେଳେ ଏହାକୁ ଅନୁପାଳନ କରି ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ ପକ୍ଷରୁ ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ମହାନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜରିଆରେ କୁହାଯାଇଛି ଯେ ନଭେମ୍ବର ପହିଲାରୁ ୩୦ ତାରିଖ ରାତି ପର୍ଯ୍ୟନ୍ତ ଭାରତରୁ ବିଦେଶକୁ ଓ ବିଦେଶରୁ ଭାରତକୁ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ ରହିବ। ତେବେ କିଛି ନିର୍ଦିଷ୍ଟ ମାର୍ଗରେ ଅନୁମୋଦନପ୍ରାପ୍ତ ବିମାନ ଚଳାଚଳ କରିବ। ଯାତ୍ରୀବାହୀ ବିମାନ ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ କାରଗୋ ବିମାନ ସେବାକୁ ଏଥିରୁ ବାଦ ଦିଆଯାଇଛି।
Popular Categories



