www.samajalive.in
Sunday, December 14, 2025
19.1 C
Bhubaneswar

ମମିତା ହତ୍ୟା କାଣ୍ଡ ଘଟଣା : ଥାନାରେ ପଶିଲେ ବିଜେପି ନେତ୍ରୀ

ଟିଟିଲାଗଡ଼ :  ମମିତା ହତ୍ୟା କାଣ୍ଡ ଘଟଣା ନେଇ ଶୁକ୍ରବାର ବିଜେପିର ଏକ କେନ୍ଦ୍ରୀୟ କମିଟି ଗସ୍ତରେ ଆସିଛନ୍ତି । ପ୍ରଥମେ ଝରନୀ ଗ୍ରାମ ଯାଇ ପରିବାର ଲୋକଙ୍କୁ ସାକ୍ଷାତ ପରେ କେନ୍ଦ୍ରୀୟ ଟିମ ମମିତାଙ୍କୁ ହତ୍ୟା କରି ପୋଡାଯାଇଥିବା ମହାଲିଙ୍ଗ ଉଚ୍ଚ ବିଦ୍ୟାଳୟ ପଡିଆ ଯାଇ ନୀରିକ୍ଷଣ କରିଥିଲେ । ପରେ ଟିମରେ ସାମିଲ ଥିବା ହରିୟାଣାର ସିର୍ସା ସାଂସଦ ସୁନିତା ଦୁଗଲ, ବିଧାୟିକା ରୁପା ମିତ୍ର ଚୌଧୁରୀ, ବିଜେପି ମହିଳା ମୋର୍ଚ୍ଚା ଜାତୀୟ ସଭାନେତ୍ରୀ ଭାନାଥି ଶ୍ରୀନିବାସନ, ବଲାଙ୍ଗିର ସାଂସଦ ସଙ୍ଗିତା ସିଂଦେଓ, ପୁର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ତଥା ବହୁ ସଂଖ୍ୟାରେ ଦଳୀୟ ନେତ୍ରୀ ସନ୍ଧ୍ୟା ପ୍ରାୟ ୭.୧୫ ସମୟରେ ଟିଟିଲାଗଡ ଥାନାରେ ପହଞ୍ଚିଥିଲେ। ଥାନା ଭିତରକୁ ପଶି ଉପସ୍ଥିତ ଥିବା ଏସଆଇ ମୋହିନୀ ମଲ୍ଲିକଙ୍କୁ କିଛି ପଚରାଉଚରା ପରେ ଥାନା ପଛ ପଟରେ ଥିବା ବ୍ୟାରେକ ବୁଲି ଦେଖିଥିଲେ। ଏହି ବ୍ୟାରେକରେ ମମିତାଙ୍କ ହତ୍ୟାକାରୀ ଗୋବିନ୍ଦ ସାହୁଙ୍କୁ ଅଟକ ରଖାଯାଇଥିଲା । ଗୋବିନ୍ଦ ଗତ ୧୭ରେ ଏଠାରୁ ଖସି ପଲାଇଥିଲା। ନିର୍ମାଣାଧିନ ବ୍ୟାରେକ ପାଚେରିରେ ଥିବା ଏକ ବାଟ ଦେଇ ଗୋବିନ୍ଦ ଖସି ପଲାଇଥିଲା। ଘଟଣା ପରେ ଉକ୍ତ ବାଟକୁ ବନ୍ଦ କରିଦିଆଯାଇଥିବା ଦେଖିଥିଲେ।

ପରେ ଗଣମାଧ୍ୟମରେ ନିଜ ବିବୃତି ରଖି ସାଂସଦ ଶ୍ରୀମତୀ ଦୁଗଲ, ଜାତୀୟ ସଭାନେତ୍ରୀ ଶ୍ରୀମତି ଶ୍ରୀନିବାସନ ଏବଂ ବଲାଙ୍ଗିର ସାଂସଦ ମାମଲା ନେଇ ରାଷ୍ଟ୍ରୀୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି । ଏଠାରେ ଜାତୀୟ ସ୍ତରର ନେତୃବୃନ୍ଦଙ୍କୁ ନଗର ବିଜେପି ସଭାପତି ପ୍ରଶାନ୍ତ ଷଡଙ୍ଗୀଙ୍କ ନେତୃତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଦଳ ପକ୍ଷରୁ ଜିଲା ପରିଷଦ ସଭ୍ୟ ଦିଲୀପ ଖର୍ସେଲ, ଆଲୋକ ନାୟକ, ଲିଙ୍ଗରାଜ ନାୟକ, କୁନା ଭାଟି, ନରସିଂ ସିଂ, ରାଜେଶ ଅଗ୍ରୱାଲ, ଅଶୋକ ଭୋଇ, ଜୟରାମ ଚନ୍ଦନ, ପବିତ୍ର ସାହୁ, ରଶ୍ମି ରଞ୍ଜନ ଖମାରୀ, ସମ୍ପତ୍ତି ମାଝୀ, ବିପିନ ଠାକୁର, ତଥାଗତ କଟା, ସ୍ଥାନୀୟ ନାରୀ, ଭଏସ ଅଫ ୱିମେନ ସଂଗଠନ ପକ୍ଷରୁ ସମ୍ପାଦିକା ସୁଜାତା ଖୋସଲା, ଲକ୍ଷ୍ମୀ ବଗର୍ତ୍ତି, ସବିତା ପଟ୍ଟନାୟକ, ଗୀତା ସାହୁ ତଥା ବହୁ ବିଜେପି ମହିଳା କର୍ମକର୍ତ୍ତା ଉପସ୍ଥିତ ଥିଲେ। ଦଳର ଜିଲା ସଭାପତି ଶିବାଜି ମହାନ୍ତି, ଜିଲା ମହିଳା ମୋର୍ଚ୍ଚା ସଭାପତି ପଙ୍କଜିନୀ ପଣ୍ଡା, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ଣଣ ବାଗ, ଜିଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ଜିଲା ଉପସଭାପତି ଆରତି ଗୁରୁ, ରାଜ୍ୟ ସମ୍ପାଦିକା ରଞ୍ଜିତା ପାଣିଗ୍ରାହୀ, ଜିଲା ଉପସଭାପତି ଫିରୋଜା ବିବି, ସମ୍ପାଦିକା ଅନୁସାୟ ବେଜ, ନିରୁପମା ସରାଫ, ସଂଘମିତ୍ରା ନାୟକ, ମହେନ୍ଦ୍ର ଠାକୁର, ନିମାଇଁ ବେହେରା, ବିଦୁର ବେହେରା, ତେଜରାଜ ସାହୁ, ଅନନ୍ତ କିଶୋର ସାହୁ, ଜୀବର୍ଦ୍ଧନ ଖର୍ସେଲ, ଧୁବଲେ ପୋଢ, ବିନୋଦ ସାହୁ ପ୍ରମୁଖ କେନ୍ଦ୍ରୀୟ ଟିମଙ୍କ ଗସ୍ତରେ ସାମିଲ ଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories