www.samajalive.in
Monday, December 15, 2025
17.1 C
Bhubaneswar

ସାହାରପଡା ବ୍ଲକରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ପାଟଣା :  ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସାହାରପଡା ବ୍ଲକର ବଡ଼ବିଲ ପଞ୍ଚାୟତରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି । ଏଥିରେ ବିଭାଗର ବରିଷ୍ଠ ନିରୀକ୍ଷକ ଦଇତାରୀ ଘଡ଼ାଇ ଓ ହେମାମାଳିନୀ ନାୟକ ଯୋଗ ଦେଇ ଦୁର୍ନୀତି ନିବାରଣ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଦୁର୍ନୀତି ନିବାରଣ ପାଇଁ ଜନସାଧାରଣଙ୍କ ସହଯୋଗ ଓ ସଚେତନତା ଏକାନ୍ତ ଜରୁରୀ ବୋଲି ସୂଚନା ଦିଆଯାଇଥିଲା। ଜନସାଧାରଣଙ୍କ ଟିକସ ରେ ସରକାର ଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବା ସହିତ ଦରମା ପାଉଥିବାରୁ ସେମାନଙ୍କ ଟିକସ ର ସଦବିନିଯୋଗ ହେଉଛି କି ନାହିଁ ଏହା ଉପରେ ଜନସାଧରଣ ନଜର ରଖିବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଥିଲା । ଯେକୌଣସି ଦୁର୍ନୀତି ସମ୍ପର୍କରେ ଖବର ପାଇଲେ ଭିଜିଲାନ୍ସ ବିଭାଗକୁ ଖବର ଦେଉଥିବା ଖବର ଦାତାଙ୍କ ନାମ ଗୋପନ ରଖାଯାଇଥିବାରୁ ବିଭାଗକୁ ସହଯୋଗ କରିବାକୁ ନିବେଦନ କରା ଯାଇଥିଲା। କାର୍ଯ୍ୟକ୍ରମରେ ସାହାରପଡା ବ୍ଲକ ଜିପିଇଓ ରମାକାନ୍ତ ନାଏକ ମଧ୍ୟ  ମତ ରଖିଥିଲେ । ବଡ଼ବିଲ ପଞ୍ଚାୟତର ସରପଞ୍ଚ, ନିର୍ବାହୀ ଅଧିକାରୀଙ୍କ ସହ ଗ୍ରାମବାସୀ କାର୍ଯ୍ୟକ୍ରମରେ ସାମିଲ ଥିଲେ । ସରକାରୀ କର୍ମଚାରୀ, ବେସରକାରୀ ଅନୁଷ୍ଠାନ, ଲୋକ ପ୍ରତିନିଧି ଓ ଜନସାଧାରଣଙ୍କ ସହଯୋଗ ରହିଲେ ଦୁର୍ନୀତି ନିବାରଣ ସମ୍ଭବ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories