www.samajalive.in
Monday, December 15, 2025
27.1 C
Bhubaneswar

ଖେଳରତ୍ନ ପୁରସ୍କାର : ରବି ଦାହିଆଙ୍କ ନାମ ସୁପାରିସକୁ ନେଇ କୁସ୍ତି ସଂଘର ଅସନ୍ତୋଷ

ନୂଆଦିଲ୍ଲୀ  : ଟୋକିଓ ଅଲିମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ବିଜେତା ଜାଭେଲିନ୍‌ ଫିଙ୍ଗାଳି ନିରଜ ଚୋପ୍ରା, ରୌପ୍ୟ ପଦକ ବିଜେତା ମଲ୍ଲଯୋଦ୍ଧା ରବି ଦାହିଆ ଓ କାଂସ୍ୟ ବିଜେତା ମହିଳା ମୁଷ୍ଟିଯୋଦ୍ଧା ଲଭ୍‌ଲିନା ବର୍ଗେହାନଙ୍କ ନାମ ଜାତୀୟ କ୍ରୀଡ଼ାର ସର୍ବୋଚ୍ଚ ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବା ଲାଗି ସୁପାରିସ କରାଯାଇଛି । ଜାତୀୟ କ୍ରୀଡ଼ା ପୁରସ୍କାର ମନୋନୟନ କମିଟି ପକ୍ଷରୁ କ୍ରୀଡ଼ା ମନ୍ତ୍ରାଳୟକୁ ଉକ୍ତ ଖେଳାଳିମାନଙ୍କ ନାମ ଖେଳରତ୍ନ ପୁରସ୍କାର ପାଇଁ ସୁପାରିସ କରାଯାଇଛି।

ତେବେ ରବି ଦାହିଆଙ୍କ ନାମ ଖେଳରତ୍ନ ଲାଗି ସୁପାରିସ କରାଯିବାକୁ ନାପସନ୍ଦ କରିଛି ଭାରତୀୟ କୁସ୍ତି ମହାସଂଘ । ରବି ଅର୍ଜୁନ ପୁରସ୍କାର ପାଇବା ଲାଗି ଆଶା ରଖିଥିଲେ। କିନ୍ତୁ ତାଙ୍କ ନାମ ଖେଳରତ୍ନ ପୁରସ୍କାର ଲାଗି ସୁପାରିସ କରାଯାଇଛି । ଖେଳରତ୍ନ ପାଇଲେ ଆଗକୁ ଅର୍ଜୁନ ପୁରସ୍କାର ପାଇବାର ବାଟ ବନ୍ଦ ହୋଇଯିବ। କାରଣ ଖେଳରତ୍ନ ହେଉଛି ସର୍ବୋଚ୍ଚ ପୁରସ୍କାର । ଏକ ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପାଇବା ପରେ ଅର୍ଜୁନ ପୁରସ୍କାର ପାଇବା ଅସମ୍ଭବ । ଜାତୀୟ କ୍ରୀଡ଼ା ପୁରସ୍କାର ମନୋନୟନ କମିଟି ପ୍ରଥମେ ଅର୍ଜୁନ ପୁରସ୍କାର ଲାଗି ରବିଙ୍କ ନାମକୁ ସୁପାରିସ କରିବାର ଆବଶ୍ୟକତା ଥିଲା ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ଏ ନେଇ ଜାତୀୟ କ୍ରୀଡ଼ା ପୁରସ୍କାର ମନୋନୟନ କମିଟି ଓ କ୍ରୀଡ଼ା ମନ୍ତ୍ରାଳୟ ପୁନଃ ବିଚାର କରିବାକୁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ, ରବି କୁମାର ଦାହିଆ ଟୋକିଓ ଅଲିମ୍ପିକ୍‌ସରେ ୫୭ କିଗ୍ରା ବର୍ଗରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories