www.samajalive.in
Sunday, December 14, 2025
19.1 C
Bhubaneswar

ଆଦିବାସୀ ମାନ୍ୟତା ଦାବୀ କଲେ ଲୋହରା ସମାଜ

କଲମପୁର : ଶିକ୍ଷା ଓ ସାମାଜିକ ସୁରକ୍ଷା ମିଳିଲେ ଲୋହରା ଜାତି ସମାଜର ଉନ୍ନତି ହେଇ ପାରିବ । ସେଥିପାଇଁ ପ୍ରତ୍ୟେକ ପରିବାର ଯତ୍ନଶୀଳ ହେଇ ନିଜ ନିଜ ସନ୍ତାନଙ୍କୁ ଶିକ୍ଷା ଦେବାର ବ୍ୟବସ୍ଥା କଲେ ଜାତି ଭାଇଙ୍କ ଉନ୍ନତି ହେଇ ପାରିବ ବୋଲି କଲମପୁର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଜିଲ୍ଲା ଲୋହରା ସମ୍ପ୍ରଦାୟର ଏକ ବୈଠକରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପୂର୍ବରୁ ଆଦିବାସୀ ବର୍ଗରେ ଥିବା ଲୋହରା, ଲୁହାରଙ୍କୁ କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତି ଯୋଗୁଁ ଏହି ଜନଜାତି ଏବେ ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏହି ଜାତି ବର୍ଗର ଲୋକଙ୍କ ଚଳଣୀ ସହ ଆଦିବାସୀ ଚଳଣୀ ମଧ୍ୟରେ ସମାନତା ଥିଲେ ମଧ୍ୟ ଏମାନଙ୍କୁ ଆଦିବାସୀ ମାନ୍ୟତା ଦେବାରୁ ବଞ୍ଚିତ କରାଯାଇଛି । ଏହି ଜାତି ସମାଜର ଲୋକ ସଂଖ୍ୟା ଲଘୁ ସହିତ ଆର୍ଥିକ, ଶିକ୍ଷା ଭଳି ସମସ୍ତ କ୍ଷେତ୍ରରେ ପଛୁଆ ରହିଛନ୍ତି । ତେଣୁ ଆଜିର ଜିଲ୍ଲା ସମ୍ମିଳନୀରେ ଏହି ଜାତି ବର୍ଗର ଲୋକଙ୍କୁ ଆଦିବାସୀ ମାନ୍ୟତା ଦେବା ପାଇଁ ଦାବୀ ଉପସ୍ଥାପନ କରାଯାଇଥିଲା । ଜିଲ୍ଲା ସଭାପତି ଚନ୍ଦ୍ର ପରାଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ଲୋହରା ସମାଜ ସଭାପତି ରଙ୍ଗ ବାହଦୁର ବାଗ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଲୋହରା ସମାଜର ସମ୍ପାଦକ ବିରଞ୍ଚି ନାରାୟଣ ଭୋଇ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ତ୍ରିଲୋଚନ ପରାଭୋଇ, ଲିଙ୍ଗରାଜ ଲୋହରା, ବୁଟି ଲୁହାର, ରାଜିନ୍ଦ୍ର ପରାଭୋଇ, ମହିଳା ନେତ୍ରୀ ଚନ୍ଦ୍ରା ଭୋଇ, ଶିବରାତ୍ରୀ ଭୋଇ, ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀ ଅବସରରେ ଶତାଧିକ ଲୋକ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବଜାର ପଡିଆରେ ଥିବା ସମ୍ବିଧାନ ପ୍ରଣେତା ବାବା ସାହେବ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories