www.samajalive.in
Wednesday, December 10, 2025
16.1 C
Bhubaneswar

ଭୁବନେଶ୍ୱରରେ ପହଞ୍ଚିଲା ସ୍ୱର୍ଣ୍ଣିମ ବିଜୟ ମଶାଲ

ଭୁବନେଶ୍ୱର: ୧୯୭୧ ମସିହାରେ ସଂଘଠିତ ପାକିସ୍ତାନ ଉପରେ ଭାରତର ବିଜୟ ଲାଭର ୫୦ ବର୍ଷ ପୂର୍ତି ପାଳନ ଉପଲକ୍ଷେ ଅକ୍ଟୋବର ୨୦ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଓଡିଶାରେ ଅମର ଯବାନ ଜ୍ୟୋତିର ସ୍ୱର୍ଣ୍ଣିମ ବିଜୟ ମଶାଲ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ସ୍ୱାଗତ କରାଯାଇଛି। ଏହି ବିଜୟ ମଶାଲ ତଥା ୧୯୭୧ ଯୁଦ୍ଧର ବୀର ଯବାନମାନମାନଙ୍କ ସମ୍ମାନ ପ୍ରଦର୍ଶନ ନିମନ୍ତେ ଭୁବନେଶ୍ୱର ସ୍ଥିତ ୧୨୦ ବାଟାଲିୟନ ଷ୍ଟେସନ ହେଡ୍‍କ୍ୱାଟର୍ସ ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ବିଜୟ ମଶାଲ ଆଜି ଅପରାହ୍ଣରେ ଭୁବନେଶ୍ୱର ୧୨୦ ବାଟାଲିୟନରେ ପହଁଚିଛି। ଅକ୍ଟୋବର ୩୦ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହା ଭୁବନେଶ୍ୱର ଓ ୪ ତାରିଖରେ କଟକରେ ରହୁଥିବା ୧୯୭୧ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ବୀର ଯବାନମାନଙ୍କ ଗୃହକୁ ବିଭିନ୍ନ ସମୟରେ ଯାତ୍ରା କରିବ। ୩୦ ତାରିଖ ଅପରାହ୍ଣରେ ରାଜ ଭବନରେ ବିଜୟ ମଶାଲକୁ ସମ୍ମାନ ପ୍ରଦର୍ଶନ କରାଯିବା ସହ ବୀର ଯବାନମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ୩୧ ତାରିଖରେ ଜୟଦେବ ବିହାର ସ୍ଥିତ ଆର୍‍.ବି.ଏଲ୍‍ ବ୍ୟାଙ୍କଠାରୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଇକେଲ ଶୋଭାଯାତ୍ରାରେ ବିଜୟ ମଶାଲ ଖଣ୍ଡଗିରି, ପଳାସପଲୀ୍ଲ. ନବୀନ ନିବାସ, ଫରେଷ୍ଟପାର୍କ, ଶିଶୁ ଭବନ,ମାଉସୀମା ମନ୍ଦିର ଛକ ଦେଇ ହୋଟେଲ ଗ୍ରାଣ୍ଡ ଆସିବ। ଏହି ଦିନ ସଂଧ୍ୟାରେ ରବିନ୍ଦ୍ର ମଣ୍ଡପଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କୋଭିଡ୍‍ କଟକଣା ଅନୁପାଳନ ଦୃଷ୍ଟିରୁ ସେଠାରେ ସିମୀତ ସଂଖ୍ୟକ ଅତିଥି ଓ ଯୁଦ୍ଧ ବୀର ଯବାନମାନେ ଉପସ୍ଥିତ ରହିବେ।

- Advertisement -

୧ ତାରିଖ ସକାଳେ ବିଜୟ ମଶାଲ ସୈନିକ ସ୍କୁଲ ଯାତ୍ରା କରିବା ସହିତ ସେଠାରେ ସ୍କୁଲ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଦିନ ପୂର୍ବାହ୍ନରେ ବି.ଏସ୍‍.ଏଫ୍‍ ଓ ୨ ତାରିଖ ସକାଳେ ବିଜୟ ମଶାଲ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଓ ୩ ତାରିଖରେ ଡିଏଭି ପବ୍ଲିକ୍‍ ସ୍କୁଲ,ୟୁନିଟ୍‍-୮ ଏବଂ ଏନ୍‍.ସି.ସି କ୍ୟାମ୍ପ,ଆଦିବାସୀ ପଡିଆ-ୟୁନିଟ୍‍-୧ରେ ପହଁଚିବ। ୫ ତାରିଖ ସକାଳେ ବିଜୟ ମଶାଲ ପୁରୀ ସମୁଦ୍ରକୂଳଠାରେ ଆୟୋଜିତ ବାଲୁକା କଳା ପ୍ରଦର୍ଶନୀ ସ୍ଥଳରେ ପହଁଚିବ। ସେଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବା ସହିତ ପରେ ପରେ ବିଜୟ ମଶାଲ ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଯାତ୍ରା କରିବ। ୬ ତାରିଖ ସକାଳେ ଏହା ବାଲେଶ୍ୱର ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ୧୨୦ ବାଟାଲିୟନ ଷ୍ଟେସନ ହେଡ୍‍କ୍ୱାଟର୍ସ, ଭୁବନେଶ୍ୱର ତରଫରୁ ସୂଚନା ଦିଆଯାଇଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories