www.samajalive.in
Wednesday, December 10, 2025
16.1 C
Bhubaneswar

ନିର୍ବାଚନ ପୂର୍ବରୁ ନିକଟ ପଞ୍ଚାୟତରେ ଗ୍ରାମକୁ ସାମିଲ କରାଯାଉ

ପାତ୍ରପୁର: ସରକାର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ପଦବୀ ନିମନ୍ତେ ସଂରକ୍ଷଣ ତାଲିକା ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ତାଲିକାର ଆପତ୍ତି ଅଭିଯୋଗ ଗ୍ରହଣ ପରେ ଚୂଡାନ୍ତ ତାଲିକା ପ୍ରସ୍ତୁତି ପାଇଁ ଉଦ୍ୟମଆରମ୍ଭ ହୋଇଛି। ଏହାପରେ ବିଭିନ୍ନ ୱାର୍ଡ ର ସୀମା ସ୍ତିର ନିମନ୍ତେ ପ୍ରସ୍ତୁତି ଚାଲିଛି। ତେବେ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଳକର ଏକ ଆଦିବାସୀ ଗ୍ରାମ ପଂଚାୟତ ପରିସୀମା ବାହାରେ ରହିଛନ୍ତି। ଏଣୁ ଏହି ଗ୍ରାମକୁ ନିକଟ ପଂଚାୟତରେ ସାମିଲ କରାଗଲେ ଲୋକଙ୍କ ଦୁଃଖ ଦୂର ହେବ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି। ଏହି ଗ୍ରାମଟି ହେଉଛି ତୁରୁବୁଡି ପଂଚାୟତ ଜାମହରିପୁର(ହରିପୁର)। ଗ୍ରାମରେ ଏବେ ଚବିଶି ଗୋଟି ଆଦିବାସୀ ପରିବାର ବସବାସ କରନ୍ତି। ଗ୍ରାମଟି ତୁରୁବୁଡି ପଞ୍ଚାୟତ ଉଲୁମା ୱାର୍ଡ ଅଧୀନରେ ରହିଛି। ଗ୍ରାମଠାରୁ ପଂଚାୟତର ଦୂରତା ପ୍ରାୟ ଦଶ କିଲୋମିଟର। ଲୋକମାନେ ପଡିକାର୍ଡରେ ଜିନିଷ ସଂଗ୍ରହଠାରୁ ଆରମ୍ଭକରି ବିଭିନ୍ନ କାର୍ୟ୍ୟ ପାଇଁ ତୁରୁବୁଡି ଯିବାକୁ ପଡୁଛି। ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ପିଲା ଅଭାବରୁ ଦୁଇ ବର୍ଷ ପୂର୍ବେ ବନ୍ଦ ହୋଇଛି। ପୂର୍ବରୁ ତୁରୁବୁଡି ପଂଚାୟତଟି ଖାରିଆଗୁଡ଼ା ପଂଚାୟତ ଅଧୀନରେ ରହିଥିଲା। ତେବେ ତିରିଶି ବର୍ଷ ପୂର୍ବେ ଏହା ଭାଗ ହୋଇ ତୁରୁବୁଡି ନୂତନ ପଂଚାୟତ ଗଠନ ହାଇଥିଲା। ସେହିଦିନଠାରୁ ଗ୍ରାମଟି ତୁରୁବୁଡିକୁ ଚାଲି ଯାଇଥିଲ। ଏହାର ପରବର୍ତ୍ତୀ ସମୟରେ ଖାରିଆଗୁଡ଼ା ପଞ୍ଚାୟତ ପଚିଶି ବର୍ଷ ତଳେ ପୁଣି ଭାଗ ହୋଇ ଅନ୍ୟ ଗୋଟିଏ ପଂଚାୟତ ମନ୍ଦରଡା ଗଠନ ହୋଇଥିଲା। ତେବେ ଜାମହରିପୁର ଗ୍ରାମ ପୂର୍ବପରି ତୁରୁବୁଡି ପଞ୍ଚାୟତରେ ରହିଥିଲା। ଗ୍ରାମଟି ଖାରିଆଗୁଡ଼ା ମନ୍ଦରଡ। ପଂଚାୟତ ସୀମା ମଧ୍ୟରେ ରହିଛି। ମନ୍ଦରଡାଠାରୁ ଗ୍ରାମଟିର ଦୂରତ୍ୱ ମାତ୍ର ଦୁଇ କିଲୋମିଟର ଅଟେ। ସେହିପରି ଖାରିଆଗୁଡ଼ାଠାରୁ ପାଞ୍ଚ କିଲୋମିଟର। ଏଣୁ ଗ୍ରାମର ଲୋକଙ୍କ ସୁବିଧା ନିମନ୍ତେ ପାର୍ଶ୍ୱ ପଞ୍ଚାୟତରେ ନିର୍ବାଚନ ପୂର୍ବରୁ ସାମିଲ କରାଗଲେ ଲୋକଙ୍କ ଦୁଃଖ ଦୂର ହେବ ବୋଲି ଆଶା କରାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories