www.samajalive.in
Monday, December 8, 2025
24.1 C
Bhubaneswar

ଆର୍ଯ୍ୟନଙ୍କ ଜାମିନ ଆଦେଶ ଜାରି: ଆଜି ଜେଲରୁ ମୁକୁଳି ପାରନ୍ତି, ମାନିବାକୁ ପଡ଼ିବ ଏସବୁ ସର୍ତ୍ତ

ନୂଆଦିଲ୍ଲୀ: ମୁମ୍ବଇ କ୍ରୁଜ୍‌ ଜାହଜରେ ଡ୍ରଗ୍ସ ମାମଲାରେ ବଲିଉଡ଼ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କୁ ଜାମିନ ମିଳିବା ପରେ ଶୁକ୍ରବାର ବେଲ୍‌ ଅର୍ଡର ଜାରି କରାଯାଇଛି। ସେ ଆଜି ଜେଲରୁ ମୁକୁଳି ପାରନ୍ତି। ଆର୍ଯ୍ୟନଙ୍କ ସମେତ ଅର୍ବାଜ୍‌ ମର୍ଚାଣ୍ଟ ଓ ମୁନମୁନ ଧାମେଚାଙ୍କୁ ଗତକାଲି ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଜାମିନ ସହ ଆର୍ଯ୍ୟନଙ୍କୁ ଅନେକ ସର୍ତ୍ତ ମଧ୍ୟ ମାନିବାକୁ ପଡିବ, ସେଥିମଧ୍ୟରୁ ଗୋଟିଏ ହେଉଛି ସେ ଦେଶ ବାହାରକୁ ଯାଇପାରିବେ ନାହିଁ। ଯଦି ସେ ଦେଶ ବାହାରକୁ ଯିବାକୁ ଚାହିଁବେ, ତେବେ ଏଥିପାଇଁ ତାଙ୍କୁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ।

ବମ୍ବେ ହାଇକୋର୍ଟ ଅପରାହ୍ନରେ ଆର୍ଯ୍ୟନଙ୍କ ପାଇଁ ପାଞ୍ଚ ପୃଷ୍ଠାର ଜାମିନ ଆଦେଶ ଜାରି କରିଛନ୍ତି। ତେବେ ତାଙ୍କୁ ୧ ଲକ୍ଷ ଟଙ୍କାର ମୁଚାଲିକା ଅର୍ଥ ପୈଠ କରିବାକୁ ପଡ଼ିବ। ଅଦାଲତଙ୍କ ସର୍ତ୍ତ ଅନୁସାରେ, ଆର୍ଯ୍ୟନ୍‌ ପ୍ରତ୍ୟେକ ଶୁକ୍ରବାର ଏନସିବି କାର୍ଯ୍ୟାଳୟରେ ହାଜର ହେବେ। ସେ କୋର୍ଟଙ୍କ ପ୍ରକ୍ରିୟା ସମ୍ପର୍କରେ କୌଣସି ବୟାନ ମଧ୍ୟ ଦେଇପାରିବେ ନାହିଁ।

- Advertisement -

ସୂଚନାଯୋଗ୍ୟ, ଆର୍ଯ୍ୟନ୍‌ ଖାନ, ଅର୍ବାଜ ମର୍ଚାଣ୍ଟ ଓ ମୁନମୁନ ଧାମେଚାଙ୍କୁ ଲଗାତାର ୩ ଦିନର ଶୁଣାଣି ପରେ ଗୁରୁବାର ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ୩ ଜଣଙ୍କୁ ଯେପରି ଜାମିନ ନ ମିଳେ ସେଥିପାଇଁ ତଦନ୍ତକାରୀ ଏଜେନ୍ସି ଏନସିବି ବହୁତ ଚେଷ୍ଟା କରିଥିଲା। କିନ୍ତୁ ଅପରପକ୍ଷରେ ଶାହରୁଖ ମଧ୍ୟ ବହୁ ବରିଷ୍ଠ ଓକିଲଙ୍କୁ କୋର୍ଟରେ ଠିଆ କରାଇଥିଲେ। ଆର୍ଯ୍ୟନଙ୍କ ପକ୍ଷରୁ ମୁକୁଲ ରୋହତଗୀ, ସତୀଶ ମାନଶିନ୍ଦେ ନାମକ ବରିଷ୍ଠ ଓକିଲ ସାମିଲ ଥିଲେ।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories