ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ରାସରସିକପୁର ସ୍କୁଲ ପରିଦର୍ଶନ

ଆଠଗଡ : କଟକ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପ୍ତିମୟୀ ପ୍ରିୟଦର୍ଶିନୀ ବୁଧବାର ଆଠଗଡ ସହରର ରାସରସିକପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ । ଅତିରିକ୍ତ ଶିକ୍ଷାଧିକାରୀ ବିଶେଷକରି ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବା ସହ ବିଦ୍ୟାଳୟର ଭିତ୍ତିଭୂମି ଓ ଆନୁସଙ୍ଗିକ କାର୍ଯ୍ୟକ୍ରମ ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଏଥି ସହିତ ସେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ହେବାକୁ ଥିବା ଜାତୀୟ ଉପଲବ୍ଧି ସର୍ବେକ୍ଷଣ (ଏନଏଏସ) ପରୀକ୍ଷା ଓ ପୂର୍ବ ପାଠ୍ୟକ୍ରମର ଜ୍ଞାନ ଆହରଣ ସଂପର୍କୀତ (ବେସ୍‍ ଲାଇନ୍‍) ପରୀକ୍ଷାର ପ୍ରସ୍ତୁତି କରଣର ଅନୁଧ୍ୟାନ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କାଳରେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ବ୍ୟବସ୍ଥା କରିବା ଉପରେ ଶ୍ରୀମତୀ ପ୍ରିୟଦର୍ଶିନୀ ଗୁରୁତ୍ୱାରୋପ କରିଥିଲେ। ସିଆରସିସି ମୂରଲୀଧର ସାହୁ ଓ ପ୍ରଧାନଶିକ୍ଷକ ଦେବରାଜ ନାଏକଙ୍କ ସହିତ ଅତିରିକ୍ତ ଶିକ୍ଷାଧିକାରୀ ସମସ୍ତ ବିଷୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏଥିସହିତ ସେ ସ୍କୁଲ ପରିସରରେ ପ୍ରତିଷ୍ଠିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

Comments are closed.