www.samajalive.in
Sunday, December 7, 2025
14.1 C
Bhubaneswar

ରିଲିଜ୍‌ ହେଲା ‘ତଡ଼ପ୍‌’ର ଟ୍ରେଲର; ଦେଖନ୍ତୁ ନବାଗତ ଆହାନଙ୍କ ଜବରଦସ୍ତ ଅଭିନୟର ଝଲକ୍‌

ମୁମ୍ବଇ: ବଲିଉଡ଼ ଅଭିନେତା ସୁନୀଲ ଶେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀ ‘ତଡ଼ପ୍‌’ ଜରିଆରେ ବଲିଉଡ଼ରେ ଏଣ୍ଟି କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଚଳଚ୍ଚିତ୍ରରେ ଆହାନ ଅଭିନେତ୍ରୀ ତାରା ସୁତାରିଆଙ୍କ ସହ ଏକାଠି ଅଭିନୟ କରିଛନ୍ତି। ଡିସେମ୍ବର ୩ ତାରିଖରେ ‘ତଡ଼ପ୍‌’ ମୁକ୍ତିଲାଭ କରିବାକୁ ଥିବା ବେଳେ ବୁଧବାର ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରରେ ନବାଗତ ଆହାନଙ୍କ ଜବରଦସ୍ତ ଅଭିନୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଲୋକେ ସାମାଜିକ ଗଣମାଧ୍ୟମରେ ଟ୍ରେଲର ଦେଖି ଭଲ ପ୍ରତିକ୍ରିୟା ଦେଉଛନ୍ତି। ଗତକାଲି ନିର୍ମାତା ଚଳଚ୍ଚିତ୍ରର ଟିଜର୍‌ ଶେୟାର କରିଥିଲେ। ଟିଜର୍‌ ଦେଖିବା ପରେ ଟ୍ରେଲରକୁ ନେଇ ଦର୍ଶକଙ୍କ ଉତ୍ସାହ ବୃଦ୍ଧି ପାଇଥିଲା। ମିଲନ ଲୁଥରିଆଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ସାଜିଦ୍‌ ନାଡ଼ିଆଡ଼ୱାଲା ବହନ କରିଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories