www.samajalive.in
Monday, December 15, 2025
24.1 C
Bhubaneswar

ପାକିସ୍ତାନର ଗୁଳି ମାଡରେ ୫ ଭାରତୀୟ ନାଗରିକ ମୃତ

ଶ୍ରୀନଗର: ସୀମାରେ ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଘଂନ କରି ଗୁଳିମାଡ କରିବାରୁ ୫ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ଏଥିରେ ୩ ଜଣ ଶିଶୁ ଥିବା ଜଣା ପଡିଛି । ୨ ଜଣ ଶିଶୁ  ଗୁଳି ମାଡରେ ଗୁରୁତର ହୋଇଛନ୍ତି । ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲାର ନିୟନ୍ତ୍ରଣ ରେଖା ନିକଟରେ ଥିବା ଦେବତା ଗ୍ରାମରେ ୫ ଜଣ ସାଧାରଣ ଲୋକ ମୃତ୍ୟୁ ହୋଇଛି । ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନ ୩୫୧ ଥର ଅସ୍ତ୍ର ବିରତି ଉଲ୍ଲଘଂନ କରିଛି ।

ଶନିବାରରେ ଭାରତର ଗୃହମନ୍ତ୍ରୀ ରାଜନାଥ ସିଂ  ପାକିସ୍ତାନକୁ ଚେତାବନୀ ଦେଇଥିଲେ। କାଶ୍ମୀର ଭାରତର। ବିଶ୍ୱର କୌଣସି ଶକ୍ତି ଏହାକୁ ଭାରତଠାରୁ ଛଡାଇ ନେଇପାରିବ ନାହିଁ। କାଶ୍ମୀରର ସୁରକ୍ଷା ଲାଗି ଆବଶ୍ୟକ ହେଲେ ସୀମା ଅତିକ୍ରମ କରିବାକୁ ମଧ୍ୟ ଭାରତ କୁଣ୍ଠା ପ୍ରକାଶ କରିବ ନାହିଁ ବୋଲି ରାଜନାଥ ଦୃଢ ସ୍ୱରରେ କହିଥିଲେ । ଭାରତର ଆଞ୍ଚଳିକ ଅଖଣ୍ଡତା କାଏମ ରଖିବା ଲାଗି ଭାରତୀୟ ସେନା ସମ୍ପୂର୍ଣ୍ଣ ସକ୍ଷମ। କାଶ୍ମୀର ସମସ୍ୟାରେ ଭାରତ ସ୍ଥାୟୀ ସମାଧାନ ଚାହୁଁଛି। ଏନେଇ ଯେକୌଣସି ପକ୍ଷଙ୍କ ସହିତ ଖୋଲାଖୋଲି ଆଲୋଚନା କରିବାକୁ ଭାରତ ପ୍ରସ୍ତୁତ ବୋଲି ରାଜନାଥ ସ୍ପଷ୍ଟ କରିଛନ୍ତି । ମାତ୍ର ଏହାର ଗୋଟିଏ ଦିନପରେ ପାକିସ୍ତାନ ପକ୍ଷରୁ ଅସ୍ତ୍ର ବିରତି ଉଲ୍ଲଘଂନ କରାଯିବା ସହ ଭାରି ଗୁଳି ଗୋଳା ବର୍ଷଣ କରାଯାଇଛି ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories