www.samajalive.in
Tuesday, December 9, 2025
26.1 C
Bhubaneswar

କର୍କଟକୁ ହରାଇଲେ ମହେଶ ମାଞ୍ଜରେକର

ମୁମ୍ବଇ: କର୍କଟରେ ପୀଡ଼ିତ ଥିବା ଲୋକପ୍ରିୟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା-ନିର୍ଦେଶକ ମହେଶ ମାଞ୍ଜରେକର ଏବେ କର୍କଟମୁକ୍ତ ହୋଇଛନ୍ତି। ଏନେଇ ମହେଶ ନିଜେ ସୂଚନା ଦେଇଛନ୍ତି। ଅସ୍ତ୍ରୋପଚାରର ଦୁଇ ମାସ ପରେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ କର୍କଟ ମୁକ୍ତ ଥିବା କହିଛନ୍ତି। କିଛି ମାସ ତଳେ ହିଁ ସେ କର୍କଟରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ। ଦୁଇ ମାସ ତଳେ ତାଙ୍କର କ୍ୟାନ୍ସର ଅସ୍ତ୍ରୋପଚାର ହୋଇଥିଲା, ଯାହା ସମ୍ପୂର୍ଣ୍ଣ ସଫଳ ହୋଇଛି। ଏହି ଅସ୍ତ୍ରୋପଚାର ମୁମ୍ବଇର ଏଚ୍‌ଏନ୍‌ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ କରାଯାଇଥିଲା। ଅସ୍ତ୍ରୋପଚାର ପରେ କିଛି ଦିନ ସେ ଡାକ୍ତରଖାନାରେ ରହିଥିଲେ। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଅନ୍ତିମ’ର ଟ୍ରେଲର ରିଲିଜ୍‌ ସମୟରେ ସେ ଏହା ପ୍ରକାଶ କରିଛନ୍ତି।

ମହେଶ ମାଞ୍ଜରେକର କହିଛନ୍ତି ଯେ, ‘‘ମୁଁ ୩୫ କିଲୋ ଓଜନ କମାଇଛି। ‘ଅନ୍ତିମ’ ଚଳଚ୍ଚିତ୍ରର ଶୁଟିଂ ସମୟରେ ମୁଁ କର୍କଟରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲି। ମୁଁ ଚଳଚ୍ଚିତ୍ରର ଶେଷ ଭାଗ ଶୁଟିଂ ସେତେବେ​‌ଳେ କରିଥିଲି, ଯେତେବେଳେ ମୋତେ କର୍କଟ ହୋଇଥିଲା ଓ ମୋର କେମୋଥେରାପୀ ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ମୋତେ ଏହା ଆପଣମାନଙ୍କୁ କହିବାକୁ ଖୁସି ଲାଗୁଛି ଯେ, ବର୍ତ୍ତମାନ ମୁଁ କର୍କଟମୁକ୍ତ’’।

- Advertisement -

 

 

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories