www.samajalive.in
Monday, December 8, 2025
14.1 C
Bhubaneswar

ଡାକ୍ତରଖାନାରେ ରାତି କଟାଇଲେ ରାଣୀ ଏଲିଜାବେଥ ଦ୍ୱିତୀୟ

ଲଣ୍ଡନ: ଡାକ୍ତରମାନଙ୍କ ପରାମର୍ଶକ୍ରମେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟ ବୁଧବାର ଗୋଟିଏ ରାତି ଡାକ୍ତରଖାନାରେ ରହିଥିଲେ । ଶୁକ୍ରବାର ବକିଂହାମ ରାଜପ୍ରାସାଦ ପକ୍ଷରୁ ଏହା କୁହାଯାଇଛି । ଏଥିସହିତ ଚଳିତ ସପ୍ତାହରେ ରାଣୀଙ୍କର ଉତ୍ତର ଆୟର୍ଲାଣ୍ଡ ଗସ୍ତକୁ ମଧ୍ୟ ବାତିଲ କରାଯାଇଥିବା ରାଜପ୍ରାସାଦ ପକ୍ଷରୁ ସୂଚନା ଦିଆଯାଇଛି । ରାଜପ୍ରାସାଦ ପକ୍ଷରୁ ଜାରି ଏକ ସରକାରୀ ବିବୃତିରେ କୁହାଯାଇଛି ଯେ ଡାକ୍ତରମାନେ ରାଣୀଙ୍କୁ କିଛିଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ବୁଧବାର ଅପରାହ୍ଣରେ ରାଣୀ ଡାକ୍ତରଖାନା ଯିବାପରେ ସେଠାରେ ତାଙ୍କର କେତେକ ପ୍ରାଥମିକ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଏହାପରେ ରାଣୀ ଗୁରୁବାର ରାଜପ୍ରାସାଦକୁ ଫେରିଆସିଥିଲେ । ସମ୍ପ୍ରତି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ ରାଣୀ ଏଲିଜାବେଥ ଦ୍ୱିତୀୟ ଡାକ୍ତରଖାନାକୁ ଯିବା ତାଙ୍କ କାର୍ଯ୍ୟସୂଚୀରେ ନଥିଲା ଏବଂ ସେ ସେଠାରେ କମ୍‌ ସମୟ ରହିବା ଆଶା କରାଯାଉଥିଲା । କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେଠାରେ ସେ ରହିବା ପରେ ତାହା ତାଙ୍କର ଗୋପନୀୟତା ସୁରକ୍ଷିତ ରଖିବା ଉଦେ୍ଦଶ୍ୟରେ ବାହାରେ ପ୍ରକାଶ କରାଯାଇନଥିଲା । ବ୍ରିଟେନ ରାଜଗାଦିରେ ଏପର୍ଯ୍ୟନ୍ତ ସର୍ବାଧିକ କାଳ ଅଧିଷ୍ଠିତ ହୋଇଥିବା ରାଣୀ ଏଲଜିବେଥ ଦ୍ୱିତୀୟ ୧୯୫୨ରୁ ରାଜ ପରମ୍ପରାର ମୁଖ୍ୟ ରହିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories